The Topmost

“The eyes believe themselves, the ears believe other people.”

kalifornia

ଆମେରିକାର କାଲିଫର୍ଣ୍ଣିଆରେ ଆଖିବୁଜା ଗୁଳିମାଡ । ଏହି ଘଟଣାରେ ୧୬ରୁ ଅଧିକ ଲୋକ ଗୁଳିମାଡର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଘେରାବନ୍ଦୀ କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛି ।କାଲିଫର୍ଣ୍ଣିଆ ସହରର ମଣ୍ଟେରି ପାର୍କରେ ଚୀନ୍ ନବ ବର୍ଷ ସମାରୋହ ଆୟୋଜିତ ହେଉଥିଲା । କିନ୍ତୁ ରାତି ପ୍ରାୟ ୧୦ଟା ସମୟରେ ଏହି ଅଞ୍ଚଳରେ ଆଖିବୁଜା ଗୁଳିମାଡ କରିଥିଲେ କିଛି ଦୁବୃର୍ତ୍ତ । ଯେହେତୁ ଏହି ସମାରୋହରେ ଅନେକ ଲୋକ ଉପସ୍ଥିତ ଥିଲେ ତେଣୁ ପ୍ରାୟ ୧୬ରୁ ଅଧିକ ଲୋକ ଗୁଳିମାଡର ଶିକାର ହୋଇଛନ୍ତି । ତେବେ ଦୁବୃର୍ତ୍ତ କୌଶଳ କ୍ରମେ ଘଟଣାସ୍ଥଳରୁ ଖସି ଯାଇଥିବା ବେଳେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।