The Topmost

“The eyes believe themselves, the ears believe other people.”

ପାଟିକୁ ସୁଆଦ, ଦେହକୁ ହିତ

ଆମ୍ବ ଖାଇବାକୁ କାହାକୁ ବା ଭଲ ଲାଗେନା? ଆମ୍ବ ଏକ ଏପରି ଫଳ ତାହାକୁ ବିଭିନ୍ନ ଢଙ୍ଗରେ ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି। କେହି ତାହାକୁ କଞ୍ଚା ଥିବା ଅବସ୍ଥାରେ ଆଚାର କରନ୍ତି ତ ପୁଣି କିଏ ଆମ୍ବ ଖଟା କରି ଖାଇଥାନ୍ତି। କେହି କେହି ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରନ୍ତି ତ ପୁଣି କେହି ତାହାକୁ ଜୁସ୍‌ କରି ପିଇବାକୁ ଭଲପାଆନ୍ତି। ଆମ୍ବ ଜେଲି, ଆମ୍ବସଢ଼ା ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି।

ଆମ୍ବରେ ପ୍ରଚୁର ପରିମାଣର ନ୍ୟୁଟ୍ରିଏଣ୍ଟ୍‌ସ ରହିଛି। ତେବେ କେହି କେହି ମଧୁମେହ ରୋଗୀ ଆମ୍ଭ ଖାଇବାକୁ ଭୟ କରିଥାନ୍ତି, ମାତ୍ର ମନେ ରଖନ୍ତୁ ଯେ ମଧୁମେହ ରୋଗୀଙ୍କ ପାଇଁ ଆମ୍ବ ଆଦୌ ବି କ୍ଷତିକାରକ ନୁହେଁ। ଅଧିକ ମଧୁମେହ ରୋଗୀ ଭାବିଥାନ୍ତି ଆମ୍ବ ରକ୍ତରେ ଶର୍କରା ଭାଗକୁ ବଢ଼ାଇ ଥାଏ। ମାତ୍ର ତାହା ଭୁଲ୍‌ ଧାରଣା। ମଧୁମେହ ରୋଗୀମାନେ ବି ଆମ୍ବ ଖାଇପାରିବେ, କିନ୍ତୁ ଏଥିଲାଗି ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ।

ଆମ୍ବ କେବଳ ପାଟି ସୁଆଦ ପାଇଁ ନୁହେଁ ବରଂ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ। ଆମ୍ବ ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। କମ୍‌ ବ୍ୟବଧାନରେ ଭୋକ ଲାଗିଥାଏ। ଦୃଷ୍ଟିଶକ୍ତି ତଥା ଆଖିଜନିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ବି ଆମ୍ବ ଖାଇବା ଦ୍ବାରା କରାଯାଇପାରେ। ଏହା କେ‌ାଲେଷ୍ଟ୍ରଲ୍‌ ସ୍ତର କମ୍‌ କରିବା ସହ ତ୍ବଚାକୁ ଚିକ୍କଣ କରିଥାଏ।

ପ୍ରଚୁର ଆମ୍ବ ଖାଉଥିବା ବ୍ୟକ୍ତିଙ୍କ ଭିତରେ କର୍କଟ ହେବାର ସମ୍ଭାବନା ଖୁବ୍ କମ୍‌ ଥାଏ। ଏହା ତ୍ବଚା ଭଲ ରଖିବା ସହ କେଶ ପାଇଁ ବି ଖୁବ୍ ଭଲ ହୋଇଥାଏ। ଆପଣ ଯଦି ଉତ୍ତମ କେଶ ଓ ତ୍ବଚା ଚାହାନ୍ତି ତେବେ ପ୍ରଚୁର ଆମ୍ବ ଖାଆନ୍ତୁ। ତେବେ ଆମ୍ବରେ ପ୍ରତିରୋଧକ ଶକ୍ତି ବି ଭର୍‌ପୂର ପରିମ‌ାଣରେ ରହିଛି।

SHARE BY