The Topmost

“The eyes believe themselves, the ears believe other people.”

ସ୍ବାମୀ ବିବେକାନନ୍ଦଙ୍କ ଗୁରୁତ୍ବପୂର୍ଣ୍ଣ ବାଣୀ

ଜାନୁଆରି ୧୨ ତାରିଖ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ । ୧୮୬୩ ମସିହା ଏହି ଦିନରେ ସେ ଜନ୍ମଲାଭ କରିଥିଲେ । ଏହି ଦିନକୁ ଲୋକେ ଯୁବ ଦିବସ ଭାବେ ମଧ୍ୟ ଜାଣନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ନାମ ପାଟିରେ ନେବା ବେଳେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଏ ନିଶ୍ଚୟ । ଆମେରିକାର ଚିକାଗୋ ସହରରେ ‘ପ୍ରିୟର ଭାଇ ଓ ଭଉଣୀ’ କହି ନିଜର ଭାଷଣ ଆରମ୍ଭ କରି ବିଶ୍ୱ ଦରବାରରେ ଚାଞ୍ଚଲ୍ୟ ଖେଳାଇଥିବା ବିବେକାନନ୍ଦ ଜୀବନକୁ ନେଇ କିଛି ନୀତିବାଣୀ ଦେଇଛନ୍ତି, ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜରୁରୀ । ତେବେ ଆସନ୍ତୁ ତାଙ୍କର ସେହି ବାଣୀଗୁଡ଼ିକୁ ମନେପକାଇ କାର୍ଯ୍ୟରେ ଲଗାଇବା ।

ବିବେକାନନ୍ଦଙ୍କ କହିବା ଅନୁସାରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ବିଦ୍ୟାର୍ଥୀର ପରିଚୟ ନେଇ ବଞ୍ଚି ଶିଖିବା ଉଚିତ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜୀବନ ମଣିଷକୁ ଶିକ୍ଷା ପ୍ରଦାନ କରିଥାଏ । ସେ ଆହୁରି ବି କହିଛନ୍ତି କି ଗୋଟିଏ ସମୟରେ ଗୋଟାଏ କାମରେ ହିଁ ମନନିବେଶ କରିବା ଉଚିତ । ଫଳରେ ସେହି କାମରେ ସଫଳତା ମଳିବା ସହଜ ହୋଇଥାଏ । ସ୍ୱାମୀ ବିବେକାନନ୍ଦଙ୍କ ଅନୁଯାୟୀ ଜଣେ ବ୍ୟକ୍ତିକୁ ଭିତରୁ ବାହାର ପର୍ଯ୍ୟନ୍ତ ବିକଶିତ ହେବା ଉଚିତ । ନିଜ ଆତ୍ମା ବ୍ୟତୀତ ଅନ୍ୟ କେହି ତୁମକୁ ଶିକ୍ଷିତ ବନାଇ ପାରିବେ ନାହିଁ ।

କୌଣସି କଥାକୁ ନେଇ ବେଶି ଭାବିବା ମନରେ ନକାରାତ୍ମକ ଭାବନା ସୃଷ୍ଟି କରିଥାଏ ବୋଲି ବିବେକାନ୍ଦ କହିଛନ୍ତି । ସମସ୍ତ ଶକ୍ତି ସବୁ ମଣିଷଙ୍କ ପାଖରେ ରହିଛି । କିଏ କେଉଁ ଶକ୍ତିକୁ କିପରି ବ୍ୟବହାର କରୁଛି ତାହା ଉପରେ ଫଳାଫଳ ନିର୍ଭର କରେ । ସେ ଆହୁରି ବି କହିଛନ୍ତି ଯେ ଚାଲିବା ବାଟରେ ଯଦି କିଛି ସମସ୍ୟା ନଆସେ ତେବେ ବୁଝିଯିବା ଉଚିତ ଯେ ତୁମେ ଏକ ଭୁଲ ରାସ୍ତାରେ ଯାଉଛ ।