The Topmost

“The eyes believe themselves, the ears believe other people.”

ସମାଜବାଦୀ ପାର୍ଟି ଛାଡିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ମହାସଚିବ ପଦ ଛାଡିଥିବା ମୌର୍ଯ୍ୟ ଆଜି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେହିଭଳି ଏମଏଲସି ପଦରୁ ଇସ୍ତଫା ଦେବା ସହ ଅଖିଳେଶ ଯାଦବଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଲେଖିଛନ୍ତି, ଆପଣଙ୍କ ନେତୃତ୍ୱରେ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣରେ କାମ କରିବାର ଅବସର ମିଳିଲା । କିନ୍ତୁ ୧୨ ଫେବ୍ରୁଆରୀରେ ଯେଉଁ ଆଲୋଚନା ହେଲା ତାହାକୁ ୧୩ ଫେବ୍ରୁଆରୀରେ ସାମ୍ନାକୁ ନ ଆଣିବା କାରଣରୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ସମାଜବାଦୀ ପାର୍ଟି ଛାଡିବା ପରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଅଖିଳେଶଙ୍କ ବିଚାରଧାରା ସହ ମୋର ମତଭେଦ ରହିଛି । ଅଖିଳେଶ ଯାଦବ ସମାଜବାଦୀ ପାର୍ଟିର ବିଚାରଧାରାର ବୀପରିତ ଦିଗରେ ଯାଉଛନ୍ତି । ଆସନ୍ତା ୨୨ ତାରିଖରେ ଆଗାମୀ ରାଜନୈତିକ ଭବିଷ୍ୟତ ନେଇ ସ୍ପଷ୍ଟ କରିବେ ବୋଲି କହିଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ଏହାପୂର୍ବରୁ ଅଖିଳେଶ ଯାଦବ କହିଥିଲେ, ସମସ୍ତେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦୌଡୁଛନ୍ତି । ଯାହାକୁ ନେଇ ସ୍ୱାମୀପ୍ରସାଦ କହିଛନ୍ତି, ଅଖିଳେଶ ଏବେ କେନ୍ଦ୍ରରେ କିମ୍ବା ରାଜ୍ୟରେ କ୍ଷମତାରେ ନାହାନ୍ତି । ତେଣୁ ସେ କିଛି ଦେବା ସ୍ଥିତିରେ ମଧ୍ୟ ନାହାନ୍ତି । ଏବେ ପର୍ଯ୍ୟନ୍ତ ଅଖିଳେଶ ମୋତେ ଯାହା ଦେଇଛନ୍ତି ତାହାକୁ ଫେରସ୍ତ କରିବି । ମୋ ପାଇଁ ବିଚାରଧାରା ସବୁଠୁ ଉପରେ ।