ନାମାଙ୍କନ ଭରିଲେ ସ୍ୱାଧୀନପ୍ରାର୍ଥୀ ରାଜୁ ଦାସ । ଧାମନଗରରେ ଦେଖିବାକୁ ମିଳିବ ସ୍ୱାଭିମାନର ଲଢେଇ । ବିଜେଡିରୁ ଅବନ୍ତୀ ଦାସ ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେଡିର ପୂର୍ବତ୍ତନ ବିଧାୟକ ରାଜୁ ଦାସ । ରାଜୁ ଦାସ ଧାମନଗର ଉପନିର୍ବାଚନ ପାଇଁ ଅନ୍ୟତମ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା । ଅବନ୍ତୀ ଦାସଙ୍କୁ ଦଳ ଧାମନଗର ଉପନିର୍ବାଚନ ଲଢିବା ପାଇଁ ଟିକେଟ୍ ଦେବା ପରେ ଅସନ୍ତୁଷ୍ଟ ରାଜୁ ଦାସ ସ୍ୱାଧୀନ ଭାବେ ଲଢିବା ପାଇଁ ନିସ୍ପତ୍ତି ନେଇଛନ୍ତି । ତେଣୁ ଧାମନଗରରେ ସ୍ୱାଭିମାନର ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍