ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ବସ୍ତି । ଭିଜିଲାନ୍ସ ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ୧ଲକ୍ଷ ଟଙ୍କା ଲେଖାଏଁ ୨ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଏଥିସହ ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଉପରେ ସ୍ଥଗିତାଦେଶ ଜାରି କରାଯାଇଛି । ମୋକିମ୍ଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ଅକ୍ଟୋବର ୧୩ରେ ଭିଜିଲାନ୍ସ କୋର୍ଟଙ୍କ ରାୟ ଉପରେ ଶୁଣାଣି ହେବ । ଓଡ଼ିଶା ଗ୍ରାମ୍ୟ ନିର୍ମାଣ ନିଗମରୁ ଜାଲ୍ କାଗଜପତ୍ର ଜରିଆରେ ମେଟ୍ରୋ ବିଲଡର, ତତକାଳୀନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଓ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ମହାପାତ୍ରଙ୍କ ସହଯୋଗରେ ଦେଢ଼ କୋଟି ଟଙ୍କା ଋଣ ଆଣିଥିଲେ । ୨୦୦୭ ବେଳକୁ ଏହା ୬କୋଟି ୨୨ଲକ୍ଷରେ ପହଞ୍ଚିଥିଲା । ଗତ ୨୯ତାରିଖରେ ଭିଜିଲାନ୍ସ କୋର୍ଟ ଏହି ମାମଲାରେ ମେଟ୍ରୋ ବିଲଡର ଏମଡି ତଥା ଏବେକାର ବିଧାୟକ ମହମ୍ମଦ ମୋକିମ, ପୀୟୂଷ ମହାନ୍ତିଙ୍କ ସହ ବିନୋଦ କୁମାର ଓ ସ୍ବସ୍ତି ମହାପାତ୍ରଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ