December 17, 2025

ସୁପ୍ରିମକୋର୍ଟଙ୍କ ବଡ ବୟାନ

ମଦ ଉପରେ ସୁପ୍ରିମକୋର୍ଟଙ୍କ ବଡ ବୟାନ । ଏକ ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଲୋକେ କହିଛନ୍ତି ଯେ ‘ଅଳ୍ପ ପରିମାଣରେ ମଦ ସେବନ ଭଲ ହୋଇପାରେ’ । ଦେଶରେ ବିକ୍ରି ହେଉଥିବା ମଦ ବୋତଲ ଉପରେ ଚେତାବନୀ ଲେବଲ୍ ସମ୍ପର୍କୀତ ଏକ ଆବେଦନକୁ ଖାରଜ କରି ସୁପ୍ରିମ୍ କୋର୍ଟ ଶୁକ୍ରବାର ଦିନ କହିଛନ୍ତି ଯେ, ଆଇଏଏନଏସ୍ ରିପୋର୍ଟ ଅନୁଯାୟୀ ‘ଅନେକ ଲୋକଙ୍କ ମତରେ ଅଳ୍ପ ପରିମାଣରେ ମଦ ସେବନ ଭଲ ହୋଇପାରେ’ । ଏହାସହ ମାଦକ ପାନୀୟ ଏବଂ ଔଷଧ ଉତ୍ପାଦନ, ବିତରଣ ଏବଂ ବ୍ୟବହାର ଉପରେ ନିୟମାବଳୀ ଏବଂ ସିଗାରେଟ୍ ପ୍ୟାକେଟ୍ ପରି ମଦ ବୋତଲ ଉପରେ ସ୍ୱାସ୍ଥ୍ୟ ଚେତାବନୀ ଷ୍ଟିକର୍ ରଖିବାକୁ ହୋଇଥିବା ଏକ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

SHARE BY