ହଜାର ହଜାର ଲୋକ ବେଘର ହେଲେ, ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲା । ରାଜ୍ୟ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ବଦନାମ ହେଲେ । ୧୦ ମାସ ଧରି ମଣିପୁରର ଜନଜୀବନ ଅସ୍ତବ୍ୟସ୍ତ ହେବା ପରେ ହାଇକୋର୍ଟ ତାର ଆଦେଶ ବଦଳାଇଲେ । ମଣିପୁର ହାଇକୋର୍ଟ ମୈତେଇ ସମୁଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ନେଇ ଦେଇଥିବା ଆଦେଶ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ହାଇକୋର୍ଟଙ୍କ ତରଫରୁ ୨୦୨୩ ମସିହାରେ ରାଜ୍ୟସରକାରଙ୍କୁ ମୈତେଇ ସଂପ୍ରଦାୟକୁ ଜନଜାତି ବର୍ଗରେ ସାମିଲ କରିବାକୁ ଆଦେଶ ଦେଇଥିଲେ । ଏହି ଆଦେଶ ପରେ ମଣିପୁରରେ ଜାତିଗତ ହିଂସା ଉଗ୍ରରୂପ ନେଇଥିଲା । ଏଥିରେ ସରକାରୀ ରିପୋର୍ଟ ମୁତାବକ ୨ଶହରୁ ଅଧିକ ନାଗରିକଙ୍କ ଜୀବନ ଯାଇଛି । ହାଇକୋର୍ଟଙ୍କ ଆଦେଶ ପରେ ମଣିପୁରରେ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା । ଏହାପରେ ଜଣେ ଆବେଦନକାରୀ ଏହା ପରେ ସମୀକ୍ଷା ଆବେଦନ ଦାଖଲ କରିଥିଲେ । ଏହି ସମୀକ୍ଷା ଆବେଦନ ଉପରେ ଶୁଣାଣି କରି କୋର୍ଟ ନିଜର ନିଷ୍ପତ୍ତି ବଦଳାଇ ଦେଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍