ନାସାର ଦୁଇ ଆଷ୍ଟ୍ରୋନାଟ୍ସ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଗତ ଜୁନ୍ ମାସରୁ ହିଁ ମହାକାଶରେ ଫସିଛନ୍ତି। ଉଭୟ ସ୍ପେସ୍ଏକ୍ସର କ୍ରୁ-୯ ମାଧ୍ୟମରେ ଆଗାମୀ ବର୍ଷ ଫେବ୍ରୁଆରୀରେ ଫେରିବେ। ସ୍ପେସକ୍ରାଫ୍ଟ ୨୬ ସେପ୍ଟେମ୍ୱରରେ ମହାକାଶକୁ ଲଞ୍ଚ ହେବ ଏବଂ ଏହାପରେ ଏଥିରେ ସୁନୀତା ଓ ୱିଲମୋର ପୁଣି ପୃଥିବୀକୁ ଆସିବେ। ଏହି ମିଶନକୁ ନେଇ ତାଜା ଅପଡେଟ୍ ସାମନାକୁ ଆସିଛି କି , ଏହି କ୍ରୁ-୯ ସହ ସାଥିରେ ଯାଉଥିବା ଆଷ୍ଟ୍ରୋନାଟ୍ସ ,ନିକ୍ ହେଗ୍ ଓ ରୋସ୍କୋସ୍ମୋସ କାସ୍ମୋନଟ୍ ଅଲେକଜାଣ୍ଡର ଗୋରବୁନୋଭ ଫ୍ଲୋରିଡାରେ ନାସାର କେନେଡି ସ୍ପେସ୍ ସେଣ୍ଟରରେ ପହଞ୍ଚିଛନ୍ତି।
ହେଗ୍ ଓ ଗୋରବୁନୋଭ ଏବେ କେନେଡି ସେଣ୍ଟରରେ ନୀଲ ଏ ଆର୍ମଷ୍ଟ୍ରଙ୍ଗ ଅପରେସନ୍ସ ଓ ଚେକଆଉଟ୍ ବିଲ୍ଡିଂରେ କ୍ୱାରେଣ୍ଟାଇନ ରହିବେ। ଉଭୟ ସେଠାରୁ ମିଶନର ଡ୍ରାଇ ଡ୍ରେସ୍ ରିହର୍ସଲ କରିବେ, ମିଶନର ଆବଶ୍ୟକତା ଅନୁସାରେ ନିଜର ବିଶ୍ରାମ ଓ ଉଠିବାର ସମୟ ହିସାବରେ ନିଜକୁ ପ୍ରସ୍ତୁତ କରିବେ। ଏହା ବ୍ୟତୀତ ଉଭୟ ଉଡ଼ାଣ ସମ୍ୱନ୍ଧିତ ପ୍ରକ୍ରିୟାର ଅଭ୍ୟାସ କରିବେ। ସ୍ପେସଏକ୍ସ କ୍ରୁ-୯କୁ ନାସା ଦ୍ୱାରା ଏକ ସ୍ୱାଗତ ଉତ୍ସବରେ ସ୍ୱାଗତ କରାଯିବ। କେନେଡି ସ୍ପେସ୍ ସେଣ୍ଟରର ଉପ ନିର୍ଦ୍ଦେଶକ କେଲଭିନ୍ମେନିଙ୍ଗ ଓ ନାସାର କର୍ମସିଆଲ କ୍ରୁ ପ୍ରୋଗ୍ରାମର ଉପ-କାର୍ଯ୍ୟକ୍ରମ ପ୍ରବନ୍ଧକ ଡାନା ହଚର୍ସନ ସମାରୋହର ସଦସ୍ୟ ହେବେ।
କହି ରଖୁଛୁ କି ହେଗ୍ ଓ ଗୋରବୁନୋଭ କମାଣ୍ଡର ଓ ମିଶନ ଏକ୍ସପର୍ଟ ଭାବେ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ ପାଇଁ ଉଡ଼ାଣ ଭରିବେ। ଏହି ସ୍ପେସଏକ୍ସ ଫଲକନ-୯ ରକେଟ୍ ଓ ଡ୍ରାଗନ ମହାକାଶ ଯାନରେ ଥିବା ଦୁଇ ଚାଳକ ଦଳର ସଦସ୍ୟଙ୍କ ଉଡ଼ାଣର ସଦସ୍ୟ ହେବେ। ଏହି କ୍ରୁ-୯ର ଲଞ୍ଚିଂ ପାଇଁ ୨୬ ସେପ୍ଟେମ୍ୱର ଭାରତୀୟ ସମୟାନୁସାରେ ୧୧.୩୫ ସମୟ ରଖାଯାଇଛି। ସେପଟେ ୨୭ ଓ ୨୮ ସେପ୍ଟେମ୍ୱରର ତାରିଖକୁ ବ୍ୟାକଅପ୍ ପାଇଁ ପ୍ରସ୍ତୁତ ରଖା ଯାଇଛି। ହେଗ୍ ଓ ଗୋରବୁନୋଭ ଆଇଏସଏସରେ ଏକ୍ସପେଡିସନ ୭୨ ଚାଳକ ଦଳର ସଦସ୍ୟ ହେବେ।
ଉଲ୍ଲେଖନୀୟ ଯେ, ପ୍ରଥମେ କ୍ରୁ-୯କୁ ୪ ଜଣ ଆଷ୍ଟ୍ରୋନାଟ୍ସଙ୍କ ସହ ଲଞ୍ଚ କରାଯାଉ ଥିଲା , କିନ୍ତୁ ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଆସିବା କାରଣରୁ ସୁନୀତା ଓ ବୁଚ ୱିଲମୋର ମହାକାଶରେ ହିଁ ରହିଛନ୍ତି। ଏହାପରେ ନାସା ସ୍ଥିର କରିଛି କି କ୍ରୁ-୯ ରେ ୪ ବଦଳରେ ୨ ଆଷ୍ଟ୍ରୋନାଟ୍ସ ଯିବେ, ଯେଉଁଥିରେ ତାଙ୍କ ସହ ପୃଥିବୀକୁ ଫେରିବେ ସୁନୀତା ଓ ୱିଲମୋର।
More Stories
ଖାଲି ମିଠା କମେଇଲେ କମିବନି ଡାଇବେଟିସ୍
ଚୁଟକିରେ ଭଲ ହେବ ଆଖି ଧରା
ବୋନ୍ ଟ୍ୟୁମର କଣ