The Topmost

“The eyes believe themselves, the ears believe other people.”

ସମ୍ ଅଲ୍ଟିମେଟ୍ କ୍ରୀଡା ‘ସମ୍ମମନ୍ୱୟ-୨୦୨୩’ ଉଦ୍‌ଯାପିତ

ସମ୍ ଅଲ୍ଟିମେଟ୍ ମେଡିକେୟାରର ପ୍ରଥମ ସ୍ପୋର୍ଟସ ମିଟ୍ ‘ସମ୍ମମନ୍ୱୟ- ୨୦୨୩’ ବଡ଼ଦିନ ଅବସରରେ ସୋମବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ସ୍ପୋର୍ଟ୍ସ ମିଟ୍‌ରେ ଭାଗ ନେଇଥିବା ୧୦ଟି ଟିମ୍ ମଧ୍ୟରୁ ‘ନେବୁଲା ନୋମାଡ୍ସ’ ଟିମ୍ ଚାମ୍ପିଅନ୍ ହୋଇଛି । ‘ସମ୍ମମନ୍ୱୟ -୨୦୨୩’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଗୃହ, ବୈଦ୍ୟୁତିକ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ମଣିଷ ଜୀବନର ଅବିଚ୍ଛେଦ ଅଂଗ ବୋଲି କହିଥିଲେ । ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଏଭଳି କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରିବା ଉଚିତ୍ ।

ଏହା କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ କିମ୍ବା ମଣିଷକୁ  ସୁସ୍ଥ ରଖିବାରେ ସାହାଯ୍ୟ କରି ନଥାଏ ବରଂ ଲୋକମାନଙ୍କ ମଧ୍ୟରେ ଏକତା ଓ ଶୃଙ୍ଖଳା ଆଣିଥାଏ ବୋଲି ସେ କହିଥିଲେ । ସେ କହିଥିଲେ ଯେ ଓଡ଼ିଶା ସରକାର ବିଭିନ୍ନ କ୍ରୀଡ଼ାର ଉନ୍ନତି ନିମନ୍ତେ ମନୋନିବେଶ କରୁଥିବା ବେଳେ ‘ଖୋ ଖୋ’କୁ ବିଶେଷ ପ୍ରୋତ୍ସାହନ ଦେଉଛନ୍ତି । ତାଙ୍କୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ସ୍ୱାଗତ କରିବା ଅବସରରେ ସମାଜ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସ୍ପୋର୍ଟ୍ସ ମିଟ୍‌କୁ ସଫଳ କରିଥିବାରୁ ସେ ସମ୍ମମ୍ ପରିବାରକୁ ଧନ୍ୟବାଦ ଜଣାଇଥିଲେ ।