ରାଜଧାନୀରେ ନୂତନ କରି ଆରମ୍ଭ ହୋଇଥିବା ମଲ୍ଟି ସୁପର୍ ସ୍ପେଶାଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ୍ ମେଡିକେୟାର ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଫେବୃଆରୀ ୨୯, ୨୦୨୪ ଦିନ ଚାରି ବର୍ଷ ପୂରଣ କରିଛି । ବୈଷୟିକ ଜ୍ଞାନକୌଶଳ, କୁଶଳୀ ମାନବ ସମ୍ବଳ, ଅତ୍ୟାଧୁନିକ ସରଞ୍ଜାମ ଓ ସମର୍ପିତ ସ୍ୱାସ୍ଥ୍ୟସେବା ଯୋଗୁ ଏହି ମଲ୍ଟି ସୁପର୍ ସ୍ପେଶାଲିଟି ହସ୍ପିଟାଲ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଫେବୃଆରୀ ୨୯, ୨୦୨୦ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା । ଇମର୍ଜେନ୍ସି ଓ ଟ୍ରମା କେୟାର, କାର୍ଡିଆକ କେୟାର, ଆଡଭାନ୍ସଡ୍ ସର୍ଜିକାଲ୍ ପ୍ରକ୍ରିୟା, ଡାଇଗ୍ନୋଷ୍ଟିକ୍ସ ଆଣ୍ଡ ଇମେଜିଂ, ମାଟରନିଟି କେୟାର, ଫିଜିଓଥେରାପି, ପ୍ରୋସ୍ଥେଟିକ୍ସ ଆଣ୍ଡ ଅର୍ଥୋଟିକ୍ସ, ସ୍ମୋକିଂ ସେସେସନ୍, ସ୍ଲିପ ଲ୍ୟାବ ଓ ରିହାବିଲେଟେସନ ସର୍ଭିସ୍ ଭଳି ଉନ୍ନତ ଧରଣର ପ୍ରାୟ ୩୦ ରୁ ଅଧିକ ବିଶେଷଜ୍ଞ ବିଭାଗ ଏଠାରେ ଉପଲବ୍ଧ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସମ୍ମମର ପ୍ରଚେଷ୍ଟାକୁ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହା କେବଳ ସ୍ଥାନୀୟ ଅଂଚଳ ନୁହେଁ ବରଂ ରାଜ୍ୟର ଚିକିତ୍ସା ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିଛି । ସମ୍ମମର ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ଯୋଗୁ ଓଡ଼ିଶା ବିଶ୍ୱର ସ୍ୱାସ୍ଥ୍ୟସେବା ମାନଚିତ୍ରରେ ନିଜକୁ ସ୍ଥାନୀତ କରିପାରିଛି । ଓଡ଼ିଶାକୁ ଚିକିତ୍ସା ପର୍ଯ୍ୟଟନର ହବ୍ ଭାବେ ପରିଣତ କରିବା ଆମର ସ୍ୱପ୍ନ । ସମ୍ମମର ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଦ୍ୱାରା ଏହା ପୂରଣ ହୋଇପାରୁଥିବା ଦେଖି ମୁଁ ଗର୍ବ ଅନୁଭବ କରୁଛି ବୋଲି ପ୍ରଫେସର ନାୟକ କହିଛନ୍ତି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି