ସମ୍ ସର୍ଜନ୍ ଙ୍କ ବିରଳ ଅସ୍ତ୍ରୋପଚାର । ନବଜାତ ଶିଶୁର ଶରୀରର ନିମ୍ନ ଭାଗରେ ଯୋଡି ହୋଇ ରହିଥିବା ମୁଣ୍ଡ ଆକୃତିର ଟ୍ୟୁମରକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରି ଶିଶୁକୁ ନୂଆ ଜୀବନ ଦେଇଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନ୍ । ଖୋର୍ଦ୍ଧା ଅଂଚଳର ଜନୈକ ଦମ୍ପତିଙ୍କର ଶିଶୁ ପୁତ୍ର ଜନ୍ମ ହେବା ସମୟରେ ତା’ର ମଳଦ୍ୱାର ନିକଟରେ ଏକ ମୁଣ୍ଡ ଆକୃତିର ଟ୍ୟୁମର ଯୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏହି ଟ୍ୟୁମର ଅର୍ଥାତ୍ ମାସଂପିଣ୍ଡୁଳା ଟି ମୁଣ୍ଡ ସଦୃଶ ହୋଇଥିବା ବେଳେ ସେଥିରେ ଚର୍ମ, କାନ ଓ କେଶ ମଧ୍ୟ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଏଭଳି ଅବସ୍ଥା ଦେଖି ଶିଶୁପୁତ୍ରର ପରିବାର ତାକୁ ସମ୍ ହସ୍ପିଟାଲରେ ଭର୍ତି କରାଇଥିଲେ । ସୋଆର ପ୍ରମୁଖ ପରାମର୍ଶଦାତା ତଥା ସମ୍ ହସ୍ପିଟାଲ୍ର ଶିଶୁଶଲ୍ୟ ବିଭାଗର ବରିଷ୍ଠ ଖ୍ୟାତିସମ୍ପନ୍ନ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଶିଶୁଟି ଭର୍ତି ହେବାର ୪ ଦିନ ମଧ୍ୟରେ ଅସ୍ତ୍ରୋପଚାର କରାଯାଇଥିଲା । ଏହି ଜଟିଳ ଅପରେସନ୍ ନିମନ୍ତେ ପ୍ରାୟ ଦୁଇ ରୁ ତିନି ଘଂଟା ସମୟ ଲାଗିଥିଲା ବୋଲି ସମ୍ ହସ୍ପିଟାଲ୍ର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ସୌଭାଗ୍ୟ ପାଣିଗ୍ରାହୀ କହିଛନ୍ତି । ବିଏସ୍କେୱାଇ ଯୋଜନା ମାଧ୍ୟମରେ ଏହି ଅସ୍ତ୍ରୋପଚାର କରାଯାଇଥିବା ସେ ଜଣାଇଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ