ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତିରେ ରାଜ୍ୟର ୪୦ ଲକ୍ଷ ହିତାଧିକାରୀଙ୍କୁ ସରକାର ଟଙ୍କା ପ୍ରଦାନ କରିବେ । ଏହି ଟଙ୍କା ଆସନ୍ତା ୯ତାରିଖରେ ମିଳିବାକୁ ଯାଉଛି। ଏସବୁ ଭିତରେ ସବୁଠୁ ବଡ଼ କଥା ହେଉଛି କେଉଁମାନେ ଟଙ୍କା ପାଇବେ ଓ କେଉଁମାନେ ଟଙ୍କା ପାଇବେ ନାହିଁ ସେ ନେଇ ଏବେ ବି କିଛି ଜଣଙ୍କ ଭିତରେ ଦ୍ୱନ୍ଦ୍ୱ ଲାଗି ରହିିଛି ।
ଯଦି ଆପଣ ବି ଜଣେ ହିତାଧିକାରୀ ତେବେ ଆସନ୍ତୁ ଜାଣିବା କେମିତି ଚେକ କରିବେ|ପ୍ରଥମ ପର୍ଯ୍ୟାୟ ପରି ଟଙ୍କା ମିଳିବା ପୂର୍ବରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ୧ ଟଙ୍କା । ଏପର୍ଯ୍ୟନ୍ତ ପାଖାପାଖି ୧ କୋଟି ଲୋକ ଆବେଦନ କରିସାରିଲେଣି । ସୁଭଦ୍ରା ଯୋଜନାରେ ପ୍ରଥମ ପର୍ୟ୍ୟାୟରେ ୨୫ଲକ୍ଷ ୧୧ ହଜାର ମହିଳା ଟଙ୍କା ପାଇଥିଲେ । ବଳକା ଆବେଦନକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ମିଳିବ ଟଙ୍କା ।
ତେବେ ଆପଣ ସୁଭଦ୍ରା ଯୋଜନା ଫର୍ମରେ ଥିବା ଆପ୍ଲିକେସନ ନମ୍ବର ରସିଦ ନେଇ ଜନ ସେବା କେନ୍ଦ୍ରରେ ନିଜର ଷ୍ଟାଟସ ଦେଖି ପାରିବେ । ଯାହା ଫଳରେ ଆପଣଙ୍କ ଆବେଦନ ପେଣ୍ଡିଙ୍ଗ ଅଛି ରିଜେକ୍ଟ ହୋଇଛି ଜଣା ପଡିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ଯଦି ପ୍ରଥମ କିସ୍ତି ଯାଇ ନ ଥିବ ତେବେ ମାର୍ଚ୍ଚ ୮ରେ ସମସ୍ତଙ୍କୁ ଏକକାଳୀନ ୨ଟି କିସ୍ତି ଟଙ୍କା ମିଳିବ।
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା