The Topmost

“The eyes believe themselves, the ears believe other people.”

ପୁଣି ତିଆରି ହେବ ସୁଭଦ୍ରା ଗାଇଡଲାଇନ୍

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ପୁଣି ତିଆରି ହେବ ସୁଭଦ୍ରା ଯୋଜନାର ଗାଇଡଲାଇନ୍ । ତେବେ ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ,ସେନେଇ ନୂଆ ଗାଇଡ଼ ଲାଇନ ଆସିବ ।

ଦିନ ୩ଟା ରେ ଏନେଇ ବସିବ ବିଭାଗର ବଡ଼ ବୈଠକ। ସୁଭଦ୍ରାରେ ଅଯୋଗ୍ୟ ଘୋଷିତ ହେଇଥିବା ଦୁଇ ଲକ୍ଷ ୬୭ ହଜାର ରିଜେକ୍ଟ ଲିଷ୍ଟ ଉପରେ ଏହି ବୈଠକରେ ଆଲୋଚନା ହେବ । ଆଉ କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫିକେସନ୍ କରାଯିବ ସେନେଇ ନିଷ୍ପତ୍ତି ହେବ । ରିଜେକ୍ଟ ଲିଷ୍ଟ ଆବେଦନକାରୀଙ୍କ ଉପରେ ପୁନଃବିଚାର କରାଯିବ । ଆଉ ଖୁବଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ସୁଭଦ୍ରା ଯୋଜନାକୁ ନେଇ ବଡ ଖବର । ଆସିବ ସୁଭଦ୍ରାକୁ ନେଇ ନୂଆ ଗାଇଡଲାଇନ୍ । ଦିନ ୩ଟାରେ ହେବ ବଡ ବୈଠକ । ରିଜେକ୍ଟ ଲିଷ୍ଟ ଉପରେ ହେବ ଆଲୋଚନା ।

SHARE BY