ସରସ୍ଵତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ଆସନ୍ତା ଫେବୃଆରୀ 14 ତାରିଖରେ ପଡୁଛି ସରସ୍ଵତୀ ପୂଜା ବା ଶ୍ରୀପଞ୍ଚମୀ । ଏନେଇ ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଉଛନ୍ତି । ତେବେ ଶ୍ରଦ୍ଧାଳୁଙ୍କ ଚାହିଦାକୁ ଦୃଷ୍ଟିରେ ରଖି କାରିଗର ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବାବେଳେ ପୂଜା ମଣ୍ଡପଗୁଡ଼ିକ ସଜେଇ ହେଉଛି ।
ୟୁନିଟ୍-୧ ହାଟର ମୂର୍ତ୍ତି ବେପାରୀଙ୍କ ଅନୁଯାୟୀ ଗଣେଶ ଓ ବିଶ୍ୱକର୍ମା ପୂଜା ଭଳି ସରସ୍ୱତୀ ପୂଜା ବଡ଼ ଆକାରରେ ହୋଇନଥାଏ । ଆଜିକାଲି ଛାତ୍ରଛାତ୍ରୀମାନେ ବଙ୍ଗାଳି ମୂର୍ତ୍ତିକୁ ବେଶି ପସନ୍ଦ କରୁଛନ୍ତି । ଏହାର ଫିନିସିଙ୍ଗ୍ ଭଲ ଓ ଧରିବାକୁ ହାଲୁକା । ବିଭିନ୍ନ ରଙ୍ଗର ଶାଢ଼ିରେ ଓ ଖୁବ୍ ନିଖୁଣ ଭାବେ କାମ ହୋଇଥିବାରୁ ଏହାର ଆଦର ବେଶି । କିନ୍ତୁ ଓଡ଼ିଶାର ମୂର୍ତ୍ତି ସମ୍ପୂର୍ଣ୍ଣ ମାଟିରେ ତିଆରି ହୁଏ । ସେଥିପାଇଁ ଓଜନ ଅଧିକ । ୫ଫୁଟରୁ ନେଇ ୧୦ଫୁଟ ପର୍ଯ୍ୟନ୍ତ ମୂର୍ତ୍ତି ମିଳୁଛି । ଯାହାର ଦାମ୍ ୧୦୦ଟଙ୍କାରୁ ଆରମ୍ଭ କରି ୭୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି । କଟକ, ଆଠଗଡ଼ ଓ କଲିକତାରୁ ଏହି ମୂର୍ତ୍ତି ଆଣାଯାଉଛି ।
ହଂସ ଉପରେ ବସିଥିବା ମୂର୍ତ୍ତିଠୁ ନେଇ ପଦ୍ମ ଉପରେ ଉପବିଷ୍ଟ ମୂର୍ତ୍ତି । ଲୋକଙ୍କ ରକମ ରକମର ଚାହିଦାକୁ ଗୁରୁତ୍ୱ ଦେଇ କାରିଗରମାନେ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । ସବୁ ପ୍ରକାର ମୂର୍ତ୍ତିର ଦର ଭିନ୍ନଭିନ୍ନ ରହିଛି । ବାଣୀବିହାର ନିକଟରେ ମୂର୍ତ୍ତି ତିଆରି କରୁଥିବା କାରିଗରଙ୍କ କହିବା ଅନୁଯାୟୀ ମହାନଦୀରୁ ମାଟି ଆଣି ମୂର୍ତ୍ତି ତିଆରି ପାଇଁ ତାଙ୍କୁ ପ୍ରାୟ ୪ଦିନ ସମୟ ଲାଗେ । ମୂର୍ତ୍ତିଗୁଡ଼ିକର ଦାମ୍ ପ୍ରାୟ ୧୦୦୦ଟଙ୍କାରୁ ନେଇ ୮୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ