ଆରବସାଗରରେ ବାତ୍ୟା ‘ଆସନା’ ଆତଙ୍କ । ଭୂ-ପୃଷ୍ଠରୁ ଲଘୁଚାପ ସୃଷ୍ଟି ହୋଇ ସମୁଦ୍ର ଉପରେ ନେଲା ବାତ୍ୟାର ରୂପ : ବାତ୍ୟାର ରୂପ ନେଲା ଆରବ ସାଗରରେ ସୃଷ୍ଟି ଲଘୁଚାପ। ଧିରେ ଧିରେ ଏହା ମଝି ସମୁଦ୍ରରେ ଭୟଙ୍କର ରୂପ ନେଉଛି। ତେବେ ବାତ୍ୟା ‘ଆସନା’ର ରୂପ ଦେଖି ଆଚମ୍ବିତ ହୋଇଛନ୍ତି ପାଣିପାଗ ବିଜ୍ଞାନୀ। ୪୮ ବର୍ଷ ପରେ ଏକ ବାତ୍ୟାର ଗତିପଥ ଦେଖି ଆଶ୍ଚର୍ୟ୍ୟ ଚକିତ ହୋଇ ପଡିଛନ୍ତି ବୈଜ୍ଞାନିକ।
୧୯୭୬ ମସିହା ପରେ ପ୍ରଥମ ଥର କୌଣସି ବାତ୍ୟା ସ୍ଥଳଭାଗ ଅତିକ୍ରମ କରି ସମୁଦ୍ରରେ ଉଗ୍ର ରୂପ ନେଇଛି। ଗୁଜୁରାଟ ଭୂ-ପୃଷ୍ଠ ଉପରେ ଲୋପ୍ରେସର ସିଷ୍ଟମ୍ ସୃଷ୍ଟି ହେବାରୁ ଏହା ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ତେବେ ଆଶ୍ଚର୍ୟ୍ୟର କଥା ହେଉଛି ଲଘୁଚାପ ଅବପାତର ରୂପ ନେଇ ଆରବସାଗର ଆଡକୁ ଆଗେଇ ଗଭୀର ଅବପାତର ରୂପ ନେଇଥିଲା। ଆଉ ଏବେ ଏହା ବାତ୍ୟାର ରୂପ ନେଇଛି।
ଏହି ବାତ୍ୟାକୁ ଆସନା ନାମିତ କରାଯାଇଛି। ସାଧାରଣତଃ ମୌସୁମୀ ସମୟରେ ଆରବ ସାଗରର ତାପମାତ୍ରା ୨୬ ଡିଗ୍ରୀ ସେଲସିଅସ୍ ତଳେ ରୁହେ। ଆଉ ବାତ୍ୟା ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ତାପମାତ୍ରା ୨୬.୫ ଡିଗ୍ରୀ ଉପରେ ରହେ। ସେଥିପାଇଁ ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଆରବ ସାଗରରେ ବାତ୍ୟାର ସମ୍ଭାବନା ରହିଥାଏ। ଆଉ ଏବେ ଆସନା ବାତ୍ୟା ଗୁଜରାଟ ଉପକୂଳର ୧୭୦ କିଲୋମିଟର ଦୂରରେ ରହିଛି। ଓମାନ ଆଡକୁ ଆଗଉଛି ଆସନା।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍