ଇଏମଆଇ ଆଦାୟ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଭିନବ ଯୋଜନା । ନିର୍ଦ୍ଧାରିତ ତାରିଖରେ ଖୁଚୁରା ଋଣ ନେଇଥିବା ଗ୍ରହୀତା ଯେପରି ନିଜର କିସ୍ତି ଠିକ୍ ସମୟରେ ଦାଖଲ କରିବେ ସେଥିଲାଗି ତାଙ୍କୁ ପ୍ରବର୍ତ୍ତାଇବା ଲାଗି ଷ୍ଟେଟବ୍ୟାଙ୍କ ଆରମ୍ଭ କରିବ ନୂଆ ଯୋଜନା । କିସ୍ତି ଦାଖଲ ପୂର୍ବରୁ ଅଚାନକ ଋଣ ଗ୍ରହୀତାଙ୍କ ଘରେ ପହଞ୍ଚିବେ ବ୍ୟାଙ୍କ କର୍ମଚାରୀ । ତେବେ ଖାଲି ହାତରେ ନୁହେଁ, ବରଂ ଚକୋଲେଟ ପ୍ୟାକେଟ ଧରି । ଖୁଚୁରା ଋଣ ଆଦାୟ ଅର୍ଥରେ ବ୍ୟାଙ୍କର ଋଣ ପ୍ରଦାନ ଅଭିବୃଦ୍ଧି ହାର ବଢୁଥିବାରୁ ସେମାନଙ୍କୁ ଗୁରୁତ୍ବ ଦେଇଛି ଷ୍ଟେଟବ୍ୟାଙ୍କ । ଇଏମଆଇ ଦାଖଲ ନ କରିବା ଅବସ୍ଥାରେ ଥିବା ବ୍ୟକ୍ତି ଇଏମଆଇ ଦାଖଲ ଲାଗି ବ୍ୟାଙ୍କ ପକ୍ଷରୁ ଯାଉଥିବା ଫୋନ କଲକୁ ଗ୍ରହଣ ନ କରିବା ସ୍ବାଭାବିକ । ତେବେ ଋଣ ଗ୍ରହୀତାଙ୍କ ମନ ଧରିବା ସହ ଇଏମଆଇ ଦାଖଲ ସକାଶେ ପ୍ରବର୍ତ୍ତାଇବା ଲାଗି ଚକୋଲେଟ ପ୍ୟାକେଟ ଉପହାର ଦେବା ଲାଗି ମନସ୍ଥ କରିଛି ଷ୍ଟେଟବ୍ୟାଙ୍କ । ଚକୋଲେଟ ପ୍ୟାକେଟ ଧରି ବ୍ୟାଙ୍କ କର୍ମଚାରୀ ଇଏମଆଇ ଦାଖଲ ତାରିଖ ପୂର୍ବରୁ ଗ୍ରହୀତାଙ୍କ ଘରେ ପହଞ୍ଚିବା ଲାଗି ଷ୍ଟେଟବ୍ୟାଙ୍କ ଯୋଜନା କରିଛି ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା