The Topmost

“The eyes believe themselves, the ears believe other people.”

ଭାରତରେ ପ୍ରବେଶ କରିବାକୁ ଯାଉଛି ‘ଷ୍ଟାରଲିଙ୍କ’ 

ଏଲୋନ୍ ମସ୍କଙ୍କ ସାଟେଲାଇଟ ଇଣ୍ଟରନେଟ୍ ସେବା କମ୍ପାନୀ ଷ୍ଟାରଲିଙ୍କ’ ଭାରତରେ ପ୍ରବେଶ କରିବାକୁ ଯାଉଛି । ପୂର୍ବରୁ ଲାଇସେନ୍ସ ଅଭାବରୁ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଷ୍ଟାରଲିଙ୍କ୍ ଜିଓ ଏବଂ ଏୟାରଟେଲ ଉଭୟଙ୍କ ପାଇଁ ଚିନ୍ତାର କାରଣ ହେଇପାରେ । କାରଣ ସେମାନେ ସାଟେଲାଇଟ ଇଣ୍ଟରନେଟ୍ ଦୌଡ଼ରେ ଅଛନ୍ତି । ଷ୍ଟାରଲିଙ୍କ ଟପ୍ ସ୍ପିଡ୍ 1.5 ରୁ 2Gbps ହୋଇପାରେ ଏବଂ ସବୁଠୁ ବଡକଥା ହେଲା ଏଥିପାଇଁ ମୋବାଇଲ୍ ଟାୱାର ଆବଶ୍ୟକ ପଡ଼ିବ ନାହିଁ । ଷ୍ଟାରଲିଙ୍କ ବର୍ତ୍ତମାନ ୪୦ ରୁ ଅଧିକ ଦେଶରେ କାର୍ଯ୍ୟକ୍ଷମ ଅଛି । ସାଟେଲାଇଟ ଇଣ୍ଟରନେଟ୍ ସେବା ଯୋଗାଉଥିବା ଏଲୋନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ’ ଭାରତରେ ଖୁବ ଶୀଘ୍ର ଏହାର ସେବା ଯୋଗାଇବାକୁ ଯାଉଛି । ପୂର୍ବରୁ ବିନା ଲାଇସେନ୍ସରେ ସେବା ଆରମ୍ଭ କରିବା ପାଇଁ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ ଏଥର ଏଥିପାଇଁ ଆବଶ୍ୟକୀୟ ସମସ୍ତ ସରକାରୀ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ଏହି ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ଏହା ଜିଓ ଏବଂ ଏୟାରଟେଲ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । କାରଣ ଉଭୟ ଏୟାରଟେଲ ଏବଂ ଜିଓ ସାଟେଲାଇଟ୍ ଇଣ୍ଟରନେଟ୍ ଦୌଡ଼ରେ ଅଛନ୍ତି । ଏୟାରଟେଲ ‘ୱାନ ୱେବ’ ସହ ସହଭାଗିତାରେ ଓ ଜିଓ ଲକ୍ସେମବର୍ଗ କମ୍ପାନୀ ‘SES’ ସହିତ ଉପଗ୍ରହ ସେବା ପାଇଁ ସହଭାଗୀତାରେ କାର୍ଯ୍ୟ କରୁଛନ୍ତି ।