ବଲିଉଡ ଇଣ୍ଡଷ୍ଟ୍ରୀର ନାମିଦାମୀ ଅଭିନେତ୍ରୀ ଶ୍ରୀଦେବୀଙ୍କୁ କିଏ ବା ନଜାଣେ । ତେବେ ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରାୟ ୫ ବର୍ଷ ହୋଇଗଲାଣି । ହେଲେ ୫ ବର୍ଷ ପରେ ବୋନି କପୁର ଏକ ଇଣ୍ଟରଭ୍ୟୁରେ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ ବିଷୟରେ କହିଛନ୍ତି । ବୋନି କପୁର କହିଛନ୍ତି ଯେ ତାଙ୍କ ମୃତ୍ୟୁ ନ୍ୟାଚୁରାଲ ଭାବେ ହୋଇନଥିଲା । ବୋନି ଆହୁରି ମଧ୍ୟ କହିଛନ୍ତି, ଶ୍ରୀଦେବୀଙ୍କୁ ସବୁ ବେଳେ ନିଜକୁ ସୁନ୍ଦର ରଖିବା ଓ ଫିଗର ମେଣ୍ଟନ କରିବା ପସନ୍ଦ ଥିଲା। ଏଥିପାଇଁ ସେ ପ୍ରାୟତଃ ଡାଏଟ୍ କରନ୍ତି । ହେଲେ କମ୍ ବିପି ରହିବା ଯୋଗୁ ତାଙ୍କୁ ଡାକ୍ତର କହିଥିଲେ ଯେ ଏନେଇ ତାଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେବେ ତାଙ୍କର ବିବାହ ହୋଇଥିଲା, ସେହି ସମୟରୁ ହିଁ ସେ ଏହି ସବୁ କାରଣ ପାଇଁ ବେହୋସ ହୋଇ ଯାଆନ୍ତି। ଶ୍ରୀଦେବୀ ସୁବୁବେଳେ କ୍ରାସ୍ ଡାଏଟ୍ କରୁଥିଲେ। ତେବେ ଏହି କାରଣରୁ ତାଙ୍କର ଏକ ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା । ହେଲେ ସେ କେବେ କାହା କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ସୂଚନା ମୁତାବକ, ଶ୍ରୀଦେବୀଙ୍କ ମୃତ୍ୟୁ ଦୁବାଇର ଏକ ହୋଟେଲର ବାଥ୍ରୁମରେ ପାଣିରେ ବୁଡିବା ଯୋଗୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବୋନି କପୁରଙ୍କୁ ପୋଲିସ ବହୁତ ସମୟ ଧରି ପଚରାଉଚରା କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଶରୀରକୁ ମୁମ୍ବାଇ ଅଣାଯାଇଥିଲା ଏବଂ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା ।
“The eyes believe themselves, the ears believe other people.”
More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍