ଆଜି ୯୦ତମ ବାୟୁସେନା ପ୍ରତିଷ୍ଠା ଦିବସ । ବାୟୁସେନାର ଇତିହାସରେ ପ୍ରଥମ ଥର ପାଇଁ ହେଡକ୍ୱାର୍ଟର ଦିଲ୍ଲୀରୁ ବାହାରେ ଚଣ୍ଡିଗଡରେ ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ରତିବର୍ଷ ବାୟୁସେନା ଦିବସରେ ଦିଲ୍ଲୀ ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଚଣ୍ଡିଗଡରେ ସମସ୍ତ ଆୟୋଜନ କରାଯାଇଛି । ଚଣ୍ଡିଗଡର ସୁକନା ଲେକ ଉପରେ ଶକ୍ତି ପ୍ରଦର୍ଶନ କରିବ ବାୟୁସେନା । ଏହି କାର୍ଯ୍ୟକ୍ରମରେ ୩ସେନାର ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ ହେବେ । ଚଣ୍ଡିଗଡରେ ପ୍ରାୟ ଦୁଇ ଘଣ୍ଟା ଧରି ବାୟୁସେନା ଫ୍ଲାଏ ପାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ