ବାଲିଯାତ୍ରାରେ ଜରି ଓ ବୋତଲ ଫେରାଇଲେ ମିଳିବ ଟଙ୍କା । କଟକ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା । ଏଥର ବାଲିଯାତ୍ରାରେ ପ୍ଲାଷ୍ଟିକ ବ୍ୟାଗ୍ ଜରି କି ବୋତଲ ଫେରାଇଲେ ଆପଣ ଟଙ୍କା ପାଇବେ । ଏଥି ପାଇଁ ବାଲିଯାତ୍ରା ପଡିଆର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କିଓସ୍କ ହେବ ଓ ବିଭିନ୍ନ ଷ୍ଟଲ୍ ରେ କ୍ୟୁଆର୍ ସ୍କାନ୍ କୋ ରହିବ । ପ୍ଲାଷ୍ଟିକ ବ୍ୟାଗ୍ ଜରି କି ବଟଲ୍ ଫେରାଇ ଏହି କୋଡ୍ ସ୍କାନ୍ କରି ଆପଣ ୨ ଟଙ୍କା ରୁ ୫ ଟଙ୍କା ପାଇପାରିବେ । ପରେ ସେହି ସବୁ ପ୍ଲାଷ୍ଟିକ ଜରି ବ୍ୟାଗ୍ ବଟଲକୁ ନେଇ ମହାନଗର ନିଗମ ଅନ୍ୟ ସ୍ଥାନରେ ନଷ୍ଟ କରିବ । ଉଦ୍ଦେଶ୍ୟ କେବଳ ଏତିକି ଲୋକେ ପଡିଆ ଭିତରେ ପ୍ଲାଷ୍ଟିକ ଜରି କି ବଟଲ୍ ଏଣେତେଣେ ନ ପକାନ୍ତୁ । ସ୍ୱଚ୍ଛ ଭାରତ ଅଭିଯାନରେ ସଲିଡ ୱେଷ୍ଟ ମ୍ୟାନେଜମେଂଟ ଅଧୀନରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଲୋକଙ୍କୁ ନିବେଦନ କରି କଟକ ମହାନଗର ନିଗମ କମିଶନର ନିଖିଲ ପୱନ୍ କଲ୍ୟାଣ ଏହା କହିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା