The Topmost

“The eyes believe themselves, the ears believe other people.”

ରାଜଧାନୀରୁ ଗଡିବ ଚାରିଧାମ ବସ୍

ଖୁବଶୀଘ୍ର ରାଜଧାନୀରୁ ଗଡିବ ଚାରିଧାମ ସହିତ ବିଭିନ୍ନ ରାଜ୍ୟର ରାଜଧାନୀକୁ ବସ୍ । ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସଆରଟିସି) ଅନ୍ତଃରାଜ୍ୟ ବସ୍ ସେବାକୁ ଖୁବଶୀଘ୍ର ତ୍ବାରାନ୍ବିତ କରିବାକୁ ଯାଉଛି । ଯାହା ରାଜଧାନୀ ଭୁବନେଶ୍ବରକୁ ୪ ଧାମ ସହ ବିଭିନ୍ନ ରାଜ୍ୟର ରାଜଧାନୀ ସହ ବସ୍ ଯୋଗେ ଯୋଡାଯିବ । ଏହା ପର୍ଯ୍ୟଟକ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବାକୁ ଯାଉଛି ।

ତେବେ ଏହି ଯୋଜନା ପାଇଁ ଓଏସଆରଟିସି ପ୪ରୁ ୧୨୦ଟି ନୂଆ ବଦ୍ କିଣାଯାଇଥିବା ବେଳେ ତାହାମଧ୍ୟରୁ ଏବେ ୮୦ଟି ବସ୍ ଖଣ୍ଡଗିରି ଡିପୋରେ ରହିଛି । ତେବେ ମୁଖ୍ୟତଃ ଏହା ରାଜଧାନୀ ଭୁବନେଶ୍ବରରୁ ବିଭିନ୍ନ ସ୍ଥାନକୁ ଯୋଡିହେବା ସହିତ ପ୍ରାୟତଃ ସବୁ ବସ୍ ପୁରୀରୁ ବିଭିନ୍ନ ତୀର୍ଥ କ୍ଷେତ୍ରକୁ ସଂଯୋଗ କରିବ । ଏଥିସହିତ ତାମିଲନାଡୁର ରାମେଶ୍ବରମ, ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ, ଦ୍ବାରିକା, ଅଯୋଧ୍ୟା, ବାରନାସୀ, ମହାରାଷ୍ଟ୍ରର ଶିରିଡି, ଆନ୍ଧ୍ରପ୍ରଦେଶର ତିରୁପତି ଭଳି ତୀର୍ଥ ସ୍ଥାନକୁ ସଂଯୋଗ କରିବ । ମୁଖ୍ୟତଃ ଏହା ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ର, କଲିକତାକୁ ଅଧିକ ସଂଖ୍ୟକ ବସ୍ ଚଳାଇବାକୁ ଓଏସଆରଟିସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାହା ଖୁବଶୀଘ୍ର ଉପଲବ୍ଧ ହେବା ନେଇ ସୂଚନା ରହିଛି ।