ବିନା ଲଢ଼େଇ ତଥା ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ଗଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଥିସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏନେଇ ଆଜି ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି । ଗୁଜରାଟର ଖାଲିପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୋବିନ୍ଦ ଢ଼ୋଲକିଆ, ଯଶବନ୍ତ ସିଂହ ପରମାର ଓ ମୟଙ୍କ ନାୟକ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି । ସେହିପରି ରାଜସ୍ଥାନ ରାଜ୍ୟସଭା ଆସନରୁ ସୋନିଆ ଗାନ୍ଧି ରାଜ୍ୟସଭାକୁ ଯାଇଛନ୍ତି । ତାଙ୍କ ସହ ବିଜେପିର ଚୁନ୍ନିଲାଲା ଗରସିୟା ଓ ମଦନ ରାଠୋର ମଧ୍ୟ ରାଜସ୍ଥାନ ରାଜ୍ୟସଭା ପାଇଁ ବିନା ଲଢ଼େଇରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି