ଆମେ ଜାଣନ୍ତି ଯେ ଉତ୍ତମ ଖାଦ୍ୟ, ପାନୀୟ ଓ ନିଦ୍ରା ଅନେକ ସମସ୍ୟାର ସମାଧାନ। ତେବେ ଏପରି କିଛି ଜିନିଷ ରହିଛି ଯାହାକି ଶରୀର ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଆପଣ ଜାଣି ରଖନ୍ତୁ ଯେ ବିଭିନ୍ନ ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ର ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକାରକ। ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟସ୍, ବିଟା କେରୋଟିନ୍ , ଭିଟାମିନ୍ ସି ଏବଂ ଫୋଲେଟ ତ୍ବଚା ପାଇଁ ଖୁବ୍ ଭଲ ହୋଇଥାଏ।
ଧନିଆ ପତ୍ରରେ ଆଣ୍ଟି-ଫଙ୍ଗଲ୍ ତତ୍ତ୍ୱ ଥାଏ ଯାହା ତ୍ବଚାକୁ ସଂକ୍ରମଣରୁ ବଞ୍ଚାଇଥାଏ । ଏତଦ୍ବ୍ୟତୀତ ବଢୁଥିବା ବୟସର ପ୍ରଭାବକୁୁ ବି ଦୂର କରିବା ପାଇଁ ଏହା ଖୁବ୍ ସାହାଯ୍ୟ କରିଥାଏ । ତେଲିଆ ତ୍ୱଚା ପାଇଁ ଧନିଆ ପତ୍ର ଖୁବ୍ ଲାଭକାରୀ ହୋଇଥାଏ । ଏହା ତ୍ୱଚାରୁ ଅତିରିକ୍ତ ତେଲକୁ ଶୁଖାଇ ଦେଇଥାଏ । ଏହି କାରଣରୁ ଚେହେରାରେ ଦାଗ ପଡ଼ିନଥାଏ।
ଧନିଆ ପତ୍ରରୁ ପ୍ରସ୍ତୁତ ଫେସପ୍ୟାକ୍ ତ୍ୱଚା ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଚେହେରାକୁ ଉଜ୍ଜଳ ଏବଂ ତୈଳମୁକ୍ତ କରିବା ପାଇଁ ଧନିଆ ପତ୍ରକୁ ବାଟି ଏଥିରେ ଘିକୁଆଁରୀ ରସ ଏବଂ ଲେମ୍ବୁ ଭଲ ଭାବେ ମିଳାଇ ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ଭଲ ଭାବେ ଚେହେରାରେ ଲଗାଇ ଦିଅନ୍ତୁ । ଏହି ମିଶ୍ରଣକୁ ଅଧଘଣ୍ଟା ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡିଦିଅନ୍ତୁ । ପରେ ଥଣ୍ଡା ପାଣିରେ ମୁହଁ ଧୋଇନିଅନ୍ତୁ । ଏହି ପ୍ୟାକ୍ ବ୍ୟବହାର ଦ୍ବାରା ମୁଖକୁଞ୍ଚନ ପଡିନଥାଏ। ଆପଣ ଏହି ପ୍ୟାକ୍ ସପ୍ତାହକୁ ୨ ଥର ଲଗାଇ ପାରନ୍ତି।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା