ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ (ସିୟୁଏନ୍ୱାଇ) ପରିଚାଳିତ ବ୍ରୋନକ୍ସ କମ୍ୟୁନିଟି କଲେଜ ପକ୍ଷରୁ ସୋମବାର ସୋଆ କ୍ୟାମ୍ପସ୍ରେ ଏକ ସ୍ୱୟଂଚାଳିତ ସୌରଶକ୍ତି ପରିଚାଳିତ ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି । ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) କ୍ୟାମ୍ପସ୍ରେ ଥିବା ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ରର ୫ ମାଇଲ ପରିସୀମା ମଧ୍ୟରେ ଏହି ଷ୍ଟେସନ୍ ପାଣିପାଗ, ତାପମାତ୍ରା, ବାୟୁ ପ୍ରଦୂଷଣର ସ୍ତର, ଗୁଣବତା, ଆର୍ଦ୍ରତା ଏବଂ ସୌର ବିକୀରଣ ଇତ୍ୟାଦି ନିରୀକ୍ଷଣ କରିବ । ସମ୍ପୂର୍ଣ୍ଣ ଭାବେ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ଏହି ପାଣିପାଗ କେନ୍ଦ୍ରକୁ ଆଇଟିଇଆର୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ, ପ୍ରଫେସର ଫିଲିପ୍, ପ୍ରଫେସର ସେନ୍ ଏବଂ ହାଇଦ୍ରାବାଦରେ ଅବସ୍ଥାପିତ ୟୁଏସ୍ କନ୍ସଲ୍ ଜେନେରାଲଙ୍କ ପରାମର୍ଶଦାତା ଶ୍ରୀ ସଲ୍ଲିଳ କାଦେର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟିଇଆର୍ର ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫାୟାର୍ସ) ପ୍ରଫେସର ରେଣୁ ଶର୍ମା, ରସାୟନ ବିଭାଗର ପ୍ରଫେସର ମୀରା ଦାସ, ସୋଆ ସେଂଟର ଫର୍ ବାୟୋଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ପ୍ରଫେସର ଆଦିତ୍ୟ କିଶୋର ଦାସ ତଥା ସିଭିଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅକ୍ଷୟ କୁମାର ବର୍ମା, ପ୍ରଫେସର ବିଦ୍ୟାଧର ବାସା ଓ ପ୍ରଫେସର ଜଗନ୍ନାଥ ପ୍ରସାଦ ବେହେରା ଉପସ୍ଥିତ ଥିଲେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ