The Topmost

“The eyes believe themselves, the ears believe other people.”

Social Media Reja

ସୋସିଆଲ ମିଡିଆ ରଜ

Social Media Raja

ରଜ ଆସିଲେ ସାଙ୍ଗସାଥୀଙ୍କ ଘରେ ଭିଡ ଜମୁଥିଲା । ହେଲେ ବର୍ତ୍ତମାନ ଏହି ଭିଡ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଆଜିକାଲି ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ ହେଉଛି । ଯେକୌଣସି ବି ପର୍ବ କିମ୍ବା ଉତ୍ସବ ହେଉ ଶୁଭେଚ୍ଛା ଜଣାଇବା ପାଇଁ ସମସ୍ତେ ସୋସିଆଲ ମିଡିଆକୁ ମାଧ୍ୟମ ଭାବେ ବାଛୁଛନ୍ତି । ସେହିଭଳି ରଜ ପାଇଁ ଓଡ଼ିଶାର ଲୋକମାନଙ୍କ ସହ ସୋସିଆଲ ମିଡିଆ ମଧ୍ୟ ସଜବାଜ ହେବାରେ ଲାଗିଥାଏ । ସମସ୍ତେ ଯାହାକିଛି ବି ଏଞ୍ଜୟ କରନ୍ତି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି । ସମସ୍ତେ ଏହାରି ମାଧ୍ୟମରେ ପ୍ରିୟଜନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥାଆନ୍ତି । ତେବେ କରୋନା ସମୟରେ ସୋସିଆଲ ମିଡିଆରେ ପର୍ବପର୍ବାଣି ପାଳିବାର ଧାରା ବଢିବାରେ ଲାଗିଥିଲା । ଏହି ସମୟରେ ଲକଡାଉନ୍‌ ସଟଡାଉନ୍‌ କାରଣରୁ ବାହାରକୁ ଯାଇହେଉ ନଥିଲା, ତେଣୁ ସମସ୍ତେ ଘରେ ବସି ସୋସିଆଲ ମିଡିଆ ଓ ଭିଡିଓ କଲ୍‌ ମାଧ୍ୟମରେ ସମସ୍ତ ପର୍ବ ପାଳନ କରୁଥିଲେ ।

Social Media Reja

ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏହାକୁ ତିନି ଦିନ ବ୍ୟାପି ପାଳନ କରାଯାଏ । ପ୍ରଥମ ଦିନକୁ ପହିଲି ରଜ । ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୁଇଁ ଦହଣ ବା ବସୁମତି ସ୍ନାନ ଭାବେ ପାଳନ କରାଯାଏ । ପ୍ରଥମ ଦିନ ଗାଁ ଠାରୁ ସହର ସବୁସ୍ଥାନରେ ଯୁବତୀଙ୍କୁ ସଜବାଜ ହେବାର ଦେଖିବାକୁ ମିଳିଥାଏ । ଯୁବତୀଙ୍କୁ ଶାଢି, ଲେହେଙ୍ଗା, ଡ୍ରେସ ଭଳି ଅନେକ ପାରମ୍ପରିକ ପୋଷାକରେ ଏହି ଦିନ ଦେଖିବାକୁ ମିଳିଥାଏ । ତେବେ ସବୁ ପାରମ୍ପରିକ ପୋଷାକରେ ଶାଢିର ଚାହିଦା ବେଶ ଅଧିକ । ବର୍ତ୍ତମାନ ଫ୍ୟାଶନରେ ଅନେକ ଶାଢି ଟ୍ରେଣ୍ଡ୍‌ରେ ରହୁଛି

ତେବେ ଚାଲୁଥିବା ଟ୍ରେଣ୍ଡ ସହିତ ନିଜକୁ ଖାପ ଖୁଆଇ ବର୍ତ୍ତମାନର ଯୁବତୀମାନେ ସୋସିଆଲ୍ ମିଡିଆରେ ନିଜର ଷ୍ଟାଇଲକୁ ଫ୍ଲଣ୍ଟ କରିବାରେ ଜମାରୁ ବି ପଛରେ ନାହାଁନ୍ତି । ତେବେ ଏଥର ରଜରେ ଆପଣ କିପରି ନିଜକୁ ସଜାଉଛନ୍ତି ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ ।

SHARE BY