ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ସୋଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଅନେକ ହ୍ରାସ ପାଇଥିଲା ବୋଲି କହିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ । ମୁଁ ସୋଆକୁ ପ୍ରଥମ ଥର ପାଇଁ ଆସିଥିଲି ଯେତେବେଳେ ସମୟ ଅତ୍ୟନ୍ତ ଜଟିଳ ଥିଲା । କୋଭିଡ-୧୯ ମହାମାରୀର ବିଭୀଷିକା ଆରମ୍ଭ ହୋଇସାରିଥିଲା । କରୋନାର ମୁକାବିଲା କରିବା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ କିଭଳି ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିପାରିବ ସେ ସମ୍ପର୍କରେ ଆଲୋଚନା କରିବାକୁ ମୁଁ ଆସିଥିଲି । ତେବେ ଏଠାରେ ଥିବା ଭିତିଭୂମିକୁ ପରଖିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିବା ପରେ ଏହି ଯୁଦ୍ଧରେ ବିଜୟୀ ହେବା ସମ୍ଭବ ଏହି ଆତ୍ମବିଶ୍ୱାସ ନେଇ ସୋଆ କ୍ୟାମ୍ପସରୁ ବିଦାୟ ନେଇଥିଲି ବୋଲି ପାଣ୍ଡିଆନ୍ କହିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା