ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ଏବଂ ସୋଆ ପରିଚାଳିତ ଜାତୀୟ ସେବା ଯୋଜନାର ମିଳିତ ସହଯୋଗରେ ମଙ୍ଗଳବାର ଗାଜର ଘାସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ସଚେତନତା ସପ୍ତାହ ଉପଲକ୍ଷେ ଭୋଳା ଗ୍ରାମରେ ଥିବା ରୋଟାରୀ କ୍ଲବ୍ର ସଭାପତି ଭାଗ୍ୟଧର ଦାସଙ୍କ ସହାୟତାରେ ଗାଜର ଘାସ ସଚେତନତା ଉପରେ ଏକ ରାଲି ଏବଂ ସଚେତନତା ସଭା ଆୟୋଜିତ ହୋଇଥିଲା । ଏହି ରାଲିରେ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକମାନେ ମଧ୍ୟ ଯୋଗ ଦେଇଥଲେ ।
ଏହି ସଚେତନତା ସଭାରେ ପ୍ରୋଗ୍ରାମର ସଂଯୋଜକ ପ୍ରଫେସର ସନ୍ତୋଷ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ବୈଷୟିକ ଜ୍ଞାନ କୌଶଳ କିପରି ଭାବରେ ବୃଦ୍ଧି ପାଇବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଏନ୍ଏସଏସ୍ ସଂଯୋଜକ ପ୍ରଫେସର ନଚିକେତା କେ ଶର୍ମା, ଆଡିସ୍ନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବତ୍ର ପଟ୍ଟନାୟକ, ଡକ୍ଟର ରାମପ୍ରସାଦ ନନ୍ଦି, ଡକ୍ଟର ରାକେଶ ରୋଶନ ଶତପଥି, ଶ୍ରୀ ହଂସରାଜ ପ୍ରଧାନ ଏବଂ ସୁଶ୍ରୀ ମୋନାଲିସା ପଣ୍ଡା ଯୋଗଦେଇଥିଲେ ।
ପ୍ରଫେର ସନ୍ତୋଷ କୁମାର ରାଉତ ,ପ୍ରଫେସର ନଚିକେତା ଶର୍ମା ଏବଂ ଆଡିସ୍ନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବତ୍ର ପଟ୍ଟନାୟକ ଗାଜର ଘାସ ନିରାକରଣ ନିମନ୍ତେ ଗ୍ରାମବାସୀଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ପ୍ରଫେସର ବାସୁଦେବ ବେହେରା ଏବଂ ଡକ୍ଟର ଶୁଭପ୍ରଦ ଦାଶ ଗାଜର ଘାସର ଭୟାବହତା ଏବଂ ନିରାକରଣର ବିସ୍ତୃତ ବିବରଣୀ ଦେଇଥିଲେ । ସହକାରୀ ଅଧ୍ୟାପକ ଜଗଦୀଶ ଜେନା କାର୍ଯ୍ୟକ୍ରର୍ମରେ ଅଂଶ ଗ୍ରହଣ କରିଥିବା ଅତିଥି, ପ୍ରଫେସର, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ଗାଜର ଘାସ ସଚେତନତା ସପ୍ତାହ ‘ପାର୍ଥେନିୟମ୍ ସଚେତନତା ସପ୍ତାହ’ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହାର ଜିଜ୍ଞାସା ଏବଂ ସଚେତନତା ଆଣିବା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ସ୍ଥିତ କୃଷି ମହାବିଦ୍ୟାଳୟରେ “ଗାଜର ଘାସ ଏବଂ ଏହାର ନିରାକରଣ” ବିଷୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାକୁ କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଓ ଅଧ୍ୟାପିକା ଡକ୍ଟର ସ୍ତୁତି ଦେବପ୍ରିୟା ବେହେରା, ସୁଶ୍ରୀ ଶ୍ୱେତା ରଥ, ଶ୍ରୀ ଜିତେନ୍ଦ୍ର କୁମାର ନାୟକ, ଶ୍ରୀ କୁମାର ସମ୍ଭବ ଗିରୀ, ସ୍ୱାଗତ ଶୁଭଦର୍ଶୀ ଏବଂ ଅଙ୍କିତା ପ୍ରିୟଦର୍ଶୀ ପରିଚାଳନା କରିଥିଲେ । ପୁରସ୍କାର ବିତରଣ ସମାରୋହରେ ଅନୁଷ୍ଠାନର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ସମେତ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ କୁମାର ମହାନ୍ତି ସଂଯୋଜକ ଭାବେ ପରିଚାଳିତ କରିଥିବାବେଳେ ଡକ୍ଟର ଶୁଭପ୍ରଦ ଦାଶ ଏବଂ ଡକ୍ଟର ଜଗଦୀଶ ଜେନା ସହ ସଂଯୋଜକ ଭାବେ ପରିଚାଳନା କରିଥିଲେ ।

More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍