ଆଜି ନିର୍ବାଚନ କମିଶନଙ୍କ ନିକଟରେ ୩ଟି ଚିହ୍ନ ଦାଖଲ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ । ପୂର୍ବରୁ ଦାଖଲ କରାଯାଇଥିବା ତ୍ରିଶୂଳ, ଉଦିତ ସୂର୍ଯ୍ୟ ଓ ଗଦାକୁ ଇସି ଅଗ୍ରାହ୍ୟ କରିବା ପରେ ନୂଆ ଚିହ୍ନ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଶିବସେନା ଉଦ୍ଧବ ଠାକେର ଗୋଷ୍ଠୀଙ୍କୁ ମିଳିଥିଲା ମଶାଲ ଚିହ୍ନ । ଏହା ସହ ତାଙ୍କ ଦଳର ନାମ ଶିବସେନା ଉଦ୍ଧବ ବାଲା ସାହେବ ଠାକରେ ରହିବ ବୋଲି କହିଥିଲେ କମିଶନ । ସେହିପରି ଏକନାଥ ସିନ୍ଦେ ଗୋଷ୍ଠୀର ନାମ ବାଲାସାହେବାଚି ଶିବସେନା ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଥିଲେ । ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଆବେଦନ କରାଯାଇଥିଲା ୩ଟି ନାମ । ତାହାଥିଲା ଶିବସେନା ବାଲାସାହେବ ଠାକରେ, ଶିବସେନା ବାଲାସାହେବ ପ୍ରବୋଧଙ୍କର ଠାକରେ ଓ ଶିବସେନା ଉଦ୍ଧବ ବାଲସାହେବ ଠାକରେ । ଏହା ସହ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ ଉଦିତ ସୂର୍ଯ୍ୟ, ତ୍ରିଶୂଳ ଓ ମଶାଲ ଚିହ୍ନ ନିମନ୍ତେ କରାଯାଇଥିଲା ଆବେଦନ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ