ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା କ୍ୱିଣ୍ଟାଲରୁ ଅଧିକ ରୂପା ଇଟା । ସିକ୍ରେଟ ଚାମ୍ବର କରି କାରରେ ହେଉଥିଲା ଚୋରା ଚାଲାଣ । କଟକ ଟାଙ୍ଗୀରୁ ୧ କ୍ୱିଣ୍ଟାଲ ରୂପା ଇଟା ଓ ୧୪ ଲକ୍ଷ ଟଙ୍କା ଜବତ ହୋଇଛି । ଗାଡି ଯାଞ୍ଚ ବେଳେ କଟକ ଟାଙ୍ଗୀ ନିକଟରୁ ଏସବୁ ଜବତ କରିଛି ଅବକାରୀ ସ୍କ୍ୱାର୍ଡ । ଗଞ୍ଜେଇ ଚାଲାଣ ସନ୍ଦେହ କରି ଗାଡିକୁ ଯାଞ୍ଚ କରୁଥିବା ବେଳେ ରୂପା ଇଟା ସହ ବିଭିନ୍ନ ଚାନ୍ଦି ଅଳଙ୍କାର ମଧ୍ୟ ଜବତ କରିଛି ସ୍କ୍ୱାର୍ଡ । କାରଟି ଆସିକାରୁ ଖଡଗପୁର ଅଭିମୁଖେ ଯାଉଥିବା ବେଳେ ଧରିଲା ଅବକାରୀ ସ୍କ୍ୱାର୍ଡ । ପଶ୍ଚିମବଙ୍ଗର ନମ୍ବର ଥିବା ଏହି କାରରେ ଚାଲାଣ ହେଉଥିଲା ରୂପା ଇଟା । କାରରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ଘଟଣାସ୍ଥଳରେ ଜିଏସଟି ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ