ଶୋଭିତାଙ୍କ ହଟ୍ ବଡିର ରହସ୍ୟ କଣ..

ନିଜ ଶରୀରକୁ ଠିକ୍‌ ଭା‌ବେ ରଖିବା ପାଇଁ ଆମେ ଘ‌ରେ ୱାର୍କଆଉଟ୍ କରିବାରୁ ନେଇ, ଚାଲିବା, ଦୌଡ଼ିବା କିମ୍ବା ଜିମ୍‌ ଯିବା ଆଦିକୁ ପ୍ରାଧାନ୍ୟ ଦେଇଥାନ୍ତି। ମାତ୍ର କେବେ ଭାବିଛନ୍ତି, ଶରୀରକୁ ସୁସ୍ଥ ରଖିବାର ସବୁଠାରୁ ଭଲ ଉପାୟ ହେଉଛି ଘର କାମ କରିବା। ଆମେ ଜିମ୍‌ ଯାଇ କସରତ କରିବା ଅପେକ୍ଷା ସେତିକି ସମୟ ଯଦି ଘର କାମରେ ବିନିଯୋଗ କରୁଛନ୍ତି ତ ତାହା ଅଧିକ ଭଲ ହୋଇଥାଏ। ତାହା ପ୍ରମାଣ କରି ଦେଇଛନ୍ତି ଅଭିନେତ୍ରୀ ଶୋଭିତା ଧୁଲିପଲା।

ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ରମନ ରାଘବ ୨.୦’ରେ ଡେବ୍ୟୁ କରିଥିବା ଶୋବିତା ଖୁବ୍ କମ୍‌ ସମୟରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି। ଅଭିନୟ ସହିତ ତାଙ୍କ ଫିଟ୍‌ନେସ୍‌ ପାଇଁ ବି ଲୋକେ ତାଙ୍କୁ ବେଶ୍‌ ଜାଣନ୍ତି।

ମିସ୍‌ ଇଣ୍ଡିଆ ଓ ମଡେଲ୍‌ ଶୋବିତାଙ୍କ ଟୋନ୍‌ଡ ଫିଗର୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ସେ ନିକଟରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତ୍‌କାରେ ନିଜର ସୌନ୍ଦର୍ଯ୍ୟ ଓ ଫିଟ୍‌ନେସ୍‌ ଉପରେ ମତ ରଖିଛନ୍ତି।

ଶୋବିତା କହିଛନ୍ତି କି ସେ ଲଗାତର କୌଣସି ବି ବ୍ୟାୟାମ କରିପାରନ୍ତି ନାହିଁ। ମାତ୍ର ସମୟେ ସମୟେ ଆବଶ୍ୟକ ଅନୁଯାୟୀ ବ୍ୟାୟାମ କରିଥାନ୍ତି। ବେଳେ ବେଳେ ଜିମ୍‌ ଜଏନ୍‌ କରିବା ପରେ ସେ ଅସୁସ୍ଥ ହୋଇପଡ଼ନ୍ତି। ଯେଉଁ କାରଣରୁ ସେ ଠିକ୍‌ ଭାବେ ନିଜ ଶରୀର ପ୍ରତି ଯତ୍ନଶୀଳ ହୋଇପାରନ୍ତି ନାହିଁ।

ତେବେ ସେ ନାଚିବାକୁ କେବେ ବି ଭୁଲନ୍ତି ନାହିଁ। ନାଚିବା ଦ୍ବାରା ବି ଆପଣ ଫିଟ୍‌ ରଖିପାରିବେ ନିଜକୁ ବୋଲି ଶୋବିତା କହିଛନ୍ତି। ତେବେ ସେ ଲକ୍‌ଡାଉନ୍‌ରେ ଝାଡୁ, ପୋଛା ଓ ବାସନ ମାଜିବା କାମ କରି ନିଜକୁ ଫିଟ୍‌ ରଖିଥିବା ଶୋବିତା କହିଛନ୍ତି।

SHARE BY