The Topmost

“The eyes believe themselves, the ears believe other people.”

ଏମିତି କଲେ ପଡିବ ଶିବଙ୍କ କୋପ

ଶ୍ରାବଣ ମାସର ଅମାବାସ୍ୟାକୁ ଅତ୍ୟନ୍ତ ଶୁଭ ବୋଲ କୁହାଯାଏ । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା କୃପା ମିଳିଥାଏ । ଏହାସହ ଦାନ ପୂଣ୍ୟ କରିବା ଦ୍ୱାରା ପିତୃ ପୁରୁଷ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଏହି ଦିନ ଏପରି କିଛି କାମ ରହିଛି, ଯାହା ନକରିବା ଦରକାର । ସେହି ସବୁ କାମ କରିବା ଦ୍ୱାରା ଆପଣଙ୍କ ପିତୃ ପୁରୁଷ ଅସନ୍ତୁଷ୍ଟ ହୋଇପାରନ୍ତି । ଏପରିକି ଭଗବାନ ଶିବଙ୍କ ପ୍ରକୋପ ମଧ୍ୟ ସହିବାକୁ ପଡ଼ିପାରେ ।

ନିଛାଟିଆ ସ୍ଥାନଠାରୁ ଦୂରେଇ ରୁହନ୍ତୁ

ଅମାବାସ୍ୟା ଦିନ ଚନ୍ଦ୍ରର ପ୍ରକାଶ ଶୂନ୍ୟ ରହିଥାଏ, ତେଣୁ ଏହି ଦିନ ନିଛାଟିଆ, ଶୂନଶାନ ସ୍ଥାନକୁ ନଯିବା ଦରକାର । ଏହି ସମୟରେ ନକାରାତ୍ମକ ଶକ୍ତି ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ ।

କେଶ ଏବଂ ନଖ କାଟନ୍ତୁ ନାହିଁ

ଅମାବାସ୍ୟ ତିଥିରେ କେଶ ଏବଂ ନଖ କାଟିବାଠାରୁ ଦୂରେଇ ରହିବା ଦରକାର । ଏହି ଦିନ ଆଧ୍ୟାତ୍ମିକ ଚେତନା ହୋଇଥାଏ, ତେଣୁ ଏହି ଦିନ ନିଜର ସାଜସଜ୍ଜା ଅପେକ୍ଷା ପ୍ରଭୁଙ୍କ ଧ୍ୟାନ କରିବା ଦରକାର । ନଖ ଏବଂ କେଶ କାଟିବା ଦ୍ୱାରା ପିତୃ ପୁରୁଷ ମଧ୍ୟ ଅଶାନ୍ତି ହୁଅନ୍ତି ।

ଗଛ-ଲତାଙ୍କୁ କ୍ଷତି ପହଞ୍ଚାନ୍ତୁ ନାହିଁ

ଶ୍ରାବଣ ଅମାବସ୍ୟାକୁ ସବୁଜ ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ । ଏଥିପାଇଁ ଏହି ଦିନ ଗଛ ଲଗାଇ ଆପଣ ପୂଣ୍ୟ ପାଇପାରିବେ କିନ୍ତୁ ଗଛ-ଲତାକୁ ନଷ୍ଟ କରିବା ଦ୍ୱାରା ଭଲ ହୋଇ ନଥାଏ । ଏହି ଦିନ ବୃକ୍ଷ ଲତାଙ୍କୁ କ୍ଷତି ପହଞ୍ଚାଇଲେ ଭଗବାନ ଶିବଙ୍କ କୃପାରୁ ବଞ୍ଚିତ ହୋଇପାରନ୍ତି ।

ନିଶା ସେବନ କରନ୍ତୁ ନାହିଁ

ଶ୍ରାବଣ ଅମାବାସ୍ୟା ଦିନ ପବିତ୍ରତା ବଜାୟ ରଖିବା ଦରକାର ଏବଂ ନିଶା ସେବନଠାରୁ ଦୂରେଇ ରହିବା ଦରକାର । ନିଶା ସେବନ ଆପଣଙ୍କ ପାଇଁ ହାନିକାରକ ହୋଇପାରେ ।

ତାମସିକ ଭୋଜନଠାରୁ ଦୂରେଇ ରହିବା

ଆମୀଷ ହେଉ ଅବା ତାମସିକ ଭୋଜନ ସେବନ କରିବା ଏହି ଦିନ କ୍ଷତିକାରକ ହୋଇଥାଏ । ଏହି ଦିନ ଆପଣ ପିତୃ ପୁରୁଷ ଏବଂ ଭଗବାନ ଶିବଙ୍କ ଆରାଧାନା କରିଥାନ୍ତି ତେଣୁ ଏହିପରି ଖାଦ୍ୟଠାରୁ ଦୂରେଇ ରହିବା ଦରକାର ।

ଦୁଗ୍ଧ, ଦହି ଖାଆନ୍ତୁ ନାହିଁ

ଶ୍ରାବଣ ଅମାବାସ୍ୟା ଦିନ ଭଗବାନ ଶିବଙ୍କ ପୂଜାର୍ଚ୍ଚନାରେ ଦୁଗ୍ଧ ଏବଂ ଦହି ଅର୍ପଣ କରାଯାଇଥାଏ । ଏଥିପାଇଁ ଏହି ସବୁ ସେବନ କରିବାଠାରୁ ଦୂରେଇ ରହିବା ଦରକାର ।

ମାଆ-ବାପାଙ୍କ ଅପମାନ କରନ୍ତୁ ନାହିଁ

ଶ୍ରାବଣ ଅମାବାସ୍ୟ ଦିନ ପିତୃ ପୁରୁଷଙ୍କୁ ତର୍ପଣ ଦିଆଯାଇଥାଏ ଏବଂ ବଡ଼ମାନଙ୍କୁ ସମ୍ମାନ ଦିଆଯାଇଥାଏ । ଏପରିସ୍ଥଳେ ଯଦି ଏହି ଦିନ ଆପଣଙ୍କ ମାଆ-ବାପା ଏବଂ ବୟସ୍କଙ୍କୁ ଅପମାନ କରନ୍ତି ତେବେ ଆପଣଙ୍କ ପିତୃ ପୁରୁଷଙ୍କ ଦୋଷ ଲାଗିପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ଆସ୍ଥା ଏବଂ ଲୋକ ମାନ୍ୟତା ଉପରେ ଆଧାରିତ ଅଟେ । ଏହାର କୌଣସି ବି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ 7.କମ୍ କୌଣସି କଥାର ସତ୍ୟତାର ପ୍ରମାଣ ଦେଉ ନାହିଁ ।)