ଶିନ୍ଦେ ଗୋଷ୍ଠୀକୁ ମିଳିଲା ଖଣ୍ଡା-ଢାଲ ନିର୍ବାଚନୀ ଚିହ୍ନ । ନିର୍ବାଚନ କମିଶନ ମଙ୍ଗଳବାର ଏକନାଥ ଶିନ୍ଦେ ଗୋଷ୍ଠୀଙ୍କୁ ନିର୍ବାଚନୀ ଚିହ୍ନ ଜାରି କରି ଦେଇଛନ୍ତି । କମିଶନ ତାଙ୍କୁ ଦୁଇଟି ଖଣ୍ଡା ଏବଂ ଢାଲ ଥିବା ଚିହ୍ନ ଜାରି କରିଛନ୍ତି । ଏହା ପୂର୍ବରୁ ଗତକାଲି ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ମଶାଲ ଚିହ୍ନ ମିଳିଥିଲା । ସେହିପରି ଦଳର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଥିଲା । ଏହାପରେ ଆୟୋଗ ଏକନାଥ ଶିନ୍ଦେଙ୍କୁ ନିର୍ବାଚନୀ ଚିହ୍ନ ପାଇଁ ତିନୋଟି ବିକଳ୍ପ ମାଗିଥିଲେ । ବିକଳ୍ପ ଆଧାରରେ ଶିନ୍ଦେ ଗୋଷ୍ଠୀକୁ ଏହି ଚିହ୍ନ ଜାରି କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ