ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡିବା ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ପରେ ହସିନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପ୍ରଥମ ମନ୍ତବ୍ୟରେ ହସିନା କହିଛନ୍ତି ଯେ ଦେଶରେ ଦଙ୍ଗାକାରୀଙ୍କୁ ଦଣ୍ଡ ଦିଆଯାଉ। ଏଥିସହିତ ସେ ତାଙ୍କ ପିତା ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା ପାଇଁ ନ୍ୟାୟ ଲୋଡିଛନ୍ତି, ଯିଏକି ବାଂଲାଦେଶର ପ୍ରତିଷ୍ଠାତା ତଥା ଦେଶର ଜନକ ଅଟନ୍ତି।
ହସିନାଙ୍କ ପୁଅ ଏକ୍ସ’ରେ ପୋଷ୍ଟ କରିଥିବା ଏକ ତିନି ପୃଷ୍ଠାର ଭାବପ୍ରବଣ ବିବୃତ୍ତିରେ ଶେଖ ହସିନା ୧୫ ଅଗଷ୍ଟ ୧୯୭୫ ରେ ତାଙ୍କ ପିତାଙ୍କୁ ହତ୍ୟା କରାଯିବା ପରେ ସେ ହରାଇଥିବା ପରିବାର ସଦସ୍ୟଙ୍କ ବିଷୟରେ ମନେ ପକାଇଛନ୍ତି। ମୁଜିବୁର ରହମାନଙ୍କ ପୁଅ ଏବଂ ପତ୍ନୀ, ଭାଇଙ୍କ ପରିବାର, ଘନିଷ୍ଠ ସହକର୍ମୀ ଏବଂ ସହଯୋଗୀମାନଙ୍କୁ ସେଦିନ ରାତିରେ ସେନା ହତ୍ୟା କରିଥିଲା। ଏହାପରେ ସେ କହିଛନ୍ତି ଯେ ବିରୋଧ ନାମରେ ସାରା ଦେଶରେ ବିନାଶର ନୃତ୍ୟରେ ଛାତ୍ର, ପୋଲିସ, ସାମ୍ବାଦିକ, ସାମାଜିକ କର୍ମୀ, ସାଧାରଣ ଲୋକ , ଆୱାମୀ ଲିଗ୍ ର ନେତା ଏବଂ କର୍ମୀ, ପଥଚାରୀ ଏବଂ ଅଫିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।”
“ଯେଉଁମାନେ ମୋ ପରି ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପାଇଁ ମୁଁ ମୋର ଗଭୀର ସମବେଦନା ଜଣାଉଛି। ଏହି ହତ୍ୟା, ଏହି ବିନାଶରେ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଦାବି କରୁଛି ଯେ ଅନୁସନ୍ଧାନ କରାଯାଉ ଏବଂ ସେମାନଙ୍କୁ ଧରାଯିବା ଉଚିତ ଏବଂ ଉପଯୁକ୍ତ ଦଣ୍ଡ ଦିଆଯାଉ।” ଏ ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଁ ଶୋକ ପ୍ରକାଶ କରୁଛି ଏବଂ ସେମାନଙ୍କ ଆତ୍ମାର ଶାନ୍ତି ଲାଗି ପ୍ରାର୍ଥନା କରୁଛି । ହତ୍ୟା ଏବଂ ବର୍ବରତାରେ ସାମିଲ ଲୋକଙ୍କୁ ଖୋଜି ସେମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରୁଛି ବୋଲି ସେ କହିଛନ୍ତି ।
More Stories
କାହିଁକି ଓ କାହା ପାଇଁ ପାଳନ ହୁଏ ଭ୍ୟାଲେନଟାଇନ୍ସ ଡେ
ଜାଣନ୍ତି କି ଆପଣଙ୍କ ଘରୋଇ ଉପକରଣରେ ଅଛି ସୁନା
Meta Layoff season ଚାଲିଛି ଛଟେଇ ସିଜିନ୍, ମେଟାରୁ ବାହାରିବେ 3000 କର୍ମଚାରୀ