ବଲିଉଡ୍ରେ ନୂଆ ଚେହେରା
ଦୀର୍ଘ ପ୍ରତୀକ୍ଷା ପରେ ବଲିଉଡ୍ ଷ୍ଟାର୍ ରଣବୀର ସିଂହ ‘ଜୟେଶଭାଇ ଜୋରଦାର’ରେ ଜୋରଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଫିଲ୍ମଟି ଦେଶର ସମସ୍ତ ପ୍ରେକ୍ଷାଳୟରେ ୧୩ ମେ’କୁ ହିଟ୍ କରିବା ପାଇଁ ପୁରାପୁରି ପ୍ରସ୍ତୁତ ରହିଛି । ସମ୍ପ୍ରତି ଫିଲ୍ମର ଟ୍ରେଲର ଲଞ୍ଚ୍ ହୋଇଛି । ପୁରୁଷ ନାରୀ ମଧ୍ୟରେ ଥିବା ଭେଦଭାବ ପ୍ରସଙ୍ଗ ଉପରେ ଆଧାରିତ ଏହି ଫିଲ୍ମର ଟ୍ରେଲରକୁ ସମସ୍ତେ ପସନ୍ଦ କରିଛନ୍ତି । ଏଥିରେ ରଣବୀର ସିଂହଙ୍କ ଅପୋଜିଟ୍ରେ ନୂଆ ଚେହେରା ଦେଖିବାକୁ ମିଳିଛି । ଏହି ନାୟିକା ଆଉ କେହି ନୁହନ୍ତି ବରଂ ବିଜୟ ଦେବରକୋଣ୍ଡାଙ୍କ ସୁପରହିଟ୍ ଫିଲ୍ମ ‘ଅର୍ଜୁନ ରେଡିି’ ଫେମ୍ ଶାଲିନୀ ପାଣ୍ଡେ । ତେବେ ବଲିଉଡ୍ ଇଣ୍ଡଷ୍ଟ୍ରୀ ପାଇଁ ସେ ନୂଆ ଚେହେରା ହୋଇଥିବା ବେଳେ ସାଉଥ୍ର ଜଣାଶୁଣା ଅଭିନେତ୍ରୀ ।

‘ଜୟେଶଭାଇ ଜୋରଦାର’ରେ ରଣବୀରଙ୍କ ପତ୍ନୀ ଭୂମିକାରେ ଶାଲିନୀ ଅଭିନୟ କରି ହିନ୍ଦୀ ସିନେମା ଜଗତରେ ପାଦ ରଖିଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ଅବସରରେ ଆୟୋଜିତ ଏକ ଇଭେଣ୍ଟରେ ଶାଲିନୀ ନିଜ ଫିଲ୍ମ ଯାତ୍ରା ସମ୍ପର୍କରେ ଆଲୋଚନା କରି କହିଛନ୍ତି ଯେ ‘ସେ ଅଭିନୟ କରିବା ପାଇଁ ଘରୁ ଲୁଚିକି ପଳାଇ ଆସିଥିଲେ ।’ ସାଉଥ୍ ଇଣ୍ଡଷ୍ଟ୍ରୀରେ ଅର୍ଜୁନ ରେzି ଶାଲିନୀଙ୍କ ଡେବୁ୍ୟ ଫିଲ୍ମ ଥିଲା । ପ୍ରଥମ ଫିଲ୍ମରେ ହିଁ ସେ ଦକ୍ଷିଣ ଭାରତର ସୁପରହିଟ୍ ନାୟିକାଙ୍କ ମଧ୍ୟରେ ବିବେଚିତ ହୋଇ ସମସ୍ତ ଯୁବପିଢିଙ୍କ ହୃଦୟରେ ରାଜ୍ କରୁଛନ୍ତି । ୨୩ ସେପେଫମ୍ବର ୧୯୯୩ରେ ମଧ୍ୟପ୍ରଦେଶ ଜବଲପୁରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଶାଲିନୀ ଆକଫି ଦୁନିଆରେ ପ୍ରବେଶ ପୂର୍ବରୁ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଛନ୍ତି । କମ୍ପୁ୍ୟଟର ସାଇନ୍ସରେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ପିଲାଟିବେଳୁ ତାଙ୍କୁ ଫିଲ୍ମ ଦୁନିଆ ଆକର୍ଷିତ କରିଛି ।

କିନ୍ତୁ ତାଙ୍କ ବାପାଙ୍କୁ ଏହା ବୁଝାଇବାକୁ ଅସମର୍ଥ ହେବାରୁ ସେ ଘର ଛାଡ଼ି ପଳାଇଆସିଥିଲେ । କିନ୍ତୁ ଏବେ ପରିସ୍ଥିତି ବଦଳିଛି । ସମସ୍ତେ ତାଙ୍କୁ ଏବେ ସମର୍ଥନ ଜଣାଉଛନ୍ତି ବୋଲି ଶାଲିନୀ କହିଛନ୍ତି । ଅଭିନେତ୍ରୀ ଶାଲିନୀ ଯଦିଓ ବର୍ତ୍ତମାନ ହିନ୍ଦୀର ବିଗ୍ ବଜେଟ ଫିଲ୍ମରେ ପଦାର୍ପଣ କରିବାକୁ ଯାଉଛନ୍ତି, କିନ୍ତୁ ଏହା ପୂର୍ବରୁ ହିନ୍ଦୀ ଟିଭି ସିରିୟଲ ସହ ତାଙ୍କର ପୁରୁଣା ସମ୍ପର୍କ ରହିଛି । ୨୦୧୬-୧୭ର ଟିଭି ଶୋ’ ମନ ମେଁ ହେ ବିଶ୍ୱାସ ଏବଂ କ୍ରାଇମ ପେଟ୍ରୋଲର ଅନେକ ଏପିସୋଡ୍ରେ ନଜର ଆସିସାରିଛନ୍ତି । ଦୀର୍ଘ ୫ ବର୍ଷର କ୍ୟାରିଅର ମଧ୍ୟରେ ସେ ଏପର୍ଯ୍ୟନ୍ତ ୧୦ଟି ଫିଲ୍ମରେ କାମ କରିଛନ୍ତି ।

More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍