The Topmost

“The eyes believe themselves, the ears believe other people.”

ଜେଲରେ ମିଳିବ ଶାରୀରିକ ସମ୍ପର୍କ

ସରକାର ବିଭିନ୍ନ ସମୟରେ ନୂଆ ନୂଆ ନିୟମ ପ୍ରଣୟନ କରି ଥାଆନ୍ତି। ଏଥିରେ ଲୋକ ମାନେ ମଧ୍ୟ ଲାଭ ବାନ ହୁଅନ୍ତି। ଏବେ ଶୁଣା ଯାଉଚି ଯେ ସରକାର ଜେଲରେ ରହୁଥିବା କଏଦୀମାନଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରିବା ପାଇଁ ଯାଉଛନ୍ତି। ଏହା ଦ୍ବାରା ଅନେକ କଏଦୀ ଉପକୃତ ହେବେ। ସେହି ନିୟମ ଟି ହେଉଛି ପ୍ରଥମ ଥର ପାଇଁ କଏଦୀମାନଙ୍କୁ ଜେଲରେ ଶାରିରୀକ ସମ୍ପର୍କ ରଖିବାକୁ ଦିଆଯିବ।

ଏହି ନିୟମଟି ପ୍ରଣୟନ କରିଛନ୍ତି ପଞ୍ଜାବ ସରକାର। ଭାରତରେ ଏହା ପ୍ରଥମ ଥର ପାଇଁ କରାଯିବ। ଏହା ପୂର୍ବରୁ ଅନେକ ବର୍ଷ ଧରି ଆମେରିକା,ଇଂଲଣ୍ଡ ରେ ଏହି ବ୍ୟବସ୍ଥା ଲାଗୁ ହୋଇ ସାରିଛି। ଏହା ଦ୍ବାରା ଯାହାର ସ୍ଵାମୀ କିମ୍ବା ସ୍ତ୍ରୀ ଜେଲରେ ଅଛନ୍ତି ସେମାନେ ଜେଲକୁ ଆସି ସେମାନଙ୍କ ସାଥୀଙ୍କ ସହିତ ଶାରିରୀକ ସମ୍ପର୍କ ରଖି ପାରିବେ। ଏହା ଦ୍ବାରା ସେମାନଙ୍କ ବଂଶ ବୃଦ୍ଧି ହେବ। ତାହା ସହିତ ସେମାନଙ୍କୁ କିଛି ମାତ୍ରାରେ ଖୁସୀ ମିଳି ପାରିବ। ଏହା କରିବା ପୂର୍ବରୁ ସରକାରଙ୍କ କିଛି ନିୟମ ରହିଛି।

ସେହି ନିୟମ ଗୁଡ଼ିକ ହେଲା ଯେଉଁ କଏଦୀ ଙ୍କ ସ୍ତ୍ରୀ ତାଙ୍କ ସ୍ଵାମୀ ଙ୍କ ପାଖକୁ ଆସିବାକୁ ଚାହିଁବେ। ସେ ସାଙ୍ଗରେ ତାଙ୍କ ବିବାହର ପ୍ରମାଣ ପତ୍ର ଆଣିବେ। ଏବଂ ତାଙ୍କର ଆଗରୁ କୌଣସି ଯେପରି ଯୌ-ନ ରୋଗ ନ ଥିବ ସେ ପ୍ରମାଣ ପତ୍ର ମଧ୍ୟ ଆଣି ଥିବେ। ପ୍ରତି ଦୁଇ ମାସ ରେ ଦୁଇ ଥର ଶାରିରୀକ ସମ୍ପର୍କ ରଖିବା ପାଇଁ କଏଦୀ ମାନଙ୍କୁ ସୁଯୋଗ ଦିଆ ଯିବ। ଏଥିପାଇଁ କଏଦୀ ମାନଙ୍କ ପାଇଁ ସ୍ବତନ୍ତ୍ର କୋଠରୀ ର ବ୍ୟବସ୍ଥା କରା ଯିବ।ଏହାକୁ ଯେପରି କେହି ଦେଖିବେ ନାହିଁ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରା ଯିବ।

ବଡ ବଡ ଅପରାଧ କରିଥିବା କଏଦୀ ମାନଙ୍କୁ ଏହାର ସୁଯୋଗ ଦିଆ ଯିବ ନାହିଁ।ଏହା ଦ୍ବାରା କଏଦୀ ମାନେ ନିଜ ଜୀବନ କୁ କିଛି ସମୟ ପାଇଁ ଉପଭୋଗ କରି ପାରିବେ। ଏବଂ ତାଙ୍କ ସାଥୀ ମାନେ ମଧ୍ୟ କିଛି ସମୟ ତାଙ୍କ ସ୍ଵାମୀ ଙ୍କ ସହିତ ବିତାଇ ପାରିବେ।