August 12, 2025

16 ଗୋରୁଙ୍କ ଉପରେ ଚଢେଇଦେଲେ ଗାଡି

ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥର ବାରିହାପୁର ଗାଁ ଛକ ନିକଟରେ ବୁଧବାର ରାତି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଶୋଇଥିବା ଗୋରୁପଲଙ୍କ ଉପରେ ଏକ ନାଇଟ କୋଚ ବସ ଚଢ଼ିଯିବାରୁ ଦୁର୍ଘଟଣାରେ ୧୬ ଗୋରୁ ମୃତ ହୋଇଥିବା ବେଳେ ୪ ଗୋରୁ ଗୁରୁତର ହୋଇଛନ୍ତି। ଉକ୍ତ ରାସ୍ତାଟି ସମ୍ପୂର୍ଣ୍ଣ ରକ୍ତ ରଞ୍ଜିତ ହୋଇଯାଇଛି।

ଦୁର୍ଘଟଣା ଘଟାଇ ବସଟି ସେଠାରୁ ପଳାଇଥିବା କିଛି ପ୍ରତ୍ୟକ୍ଷଦର୍ଶି ଦେଖିଥିବା କହିଛନ୍ତି। ଏହିଭଳି ପୂର୍ବରୁ ମଧ୍ୟ ବାରିହାପୂର୍‌, ମୁଣ୍ଡେଇଲୋ, ଖାଇରାମୁଣ୍ଡା ଅଞ୍ଚଳରେ ଦୁର୍ଘଟଣାରେ ୫୦ରୁ ଉର୍ଦ୍ଧ୍ୱ ଗୋରୁଙ୍କ ପ୍ରାଣ ଯାଇଥିବା ନଜିର ରହିଛି। ତଥାପି ଗୋରୁ ମାଲିକମାନେ ଗୋରୁଗୁଡ଼ିକୁ ରାତିରେ ଗୁହାଳେ ନ ବାନ୍ଧି ଏଭଳି ଢିଲା ଛାଡୁଛନ୍ତି।

SHARE BY