The Topmost

“The eyes believe themselves, the ears believe other people.”

ଫେସବୁକ୍ ଲାଇକ୍ ଦେଖି ପାଗଳ ହେଲା ସ୍ବାମୀ, ସ୍ତ୍ରୀର କରିଦେଲା ଏପରି ଅବସ୍ଥା

ଉରୁୱେ ରେ ରହୁଥିବା 21 ବର୍ଷର ଏଡୋଲ୍ଫିନା କ୍ୟାମେଲି ଆର୍ଟିଗୋଜା ସବୁବେଲେ ଫେସବୁକରେ ଫୋଟୋ ପୋଷ୍ଟ କରନ୍ତି । ଯେତେବେଳେ ତାଙ୍କର କେହି ଫେସବୁକ ସାଙ୍ଗ ଲାଇକ ବା କମେଣ୍ଟ କରୁଥିଲେ ତାଙ୍କ ସ୍ବାମୀ ତାଙ୍କୁ ବହୁତ ପିଟୁଥିଲେ । ତାଙ୍କୁ ପିଟିବା ପାଇଁ ସେ ଓଜନିଆ ବସ୍ତୁର ବ୍ୟବହାର ମଧ୍ୟ କରୁଥିଲା ଯେମିତି ତାଙ୍କର ଚେହେରା ନଷ୍ଟ ହୋଇଯିବ । ଦିନେ ଫୋଟୋରେ ଲାଇକ ଦେଖି ରାଗିଯାଇ ଏତେ ପିଟିଲେ କି ତାଙ୍କର ଚେହେରା ନଷ୍ଟ ହୋଇଗଲା ଓ ପୁରା ଶରୀରରେ ଚିହ୍ନ ହୋଇଗଲା ।

ଗତ ସପ୍ତାହରେ ପୋଲିସ ତାଙ୍କୁ ତାଙ୍କ ପତିଙ୍କ କବଳରୁ ରକ୍ଷା କରିଥିଲେ । ପୋଲିସଙ୍କ କହିବା ଦ୍ଵାରା ତାଙ୍କୁ ପ୍ରତିଦିନ ପିଟାଯାଉଥିଲା । ସେହି ଝିଅଙ୍କର ଚେହେରା ପୁରା ବଦଳି ଯାଇଛି । ତାଙ୍କ ସ୍ବାମୀ ବିରୁଦ୍ଧରେ ତାଙ୍କର ବାପା ବୟାନ ଦେଇଛନ୍ତି । ସେ ଏତେ ଭୟଙ୍କର ଭାବରେ ପିଟୁଥିଲା ତାକୁ ଦେଖି ନିଜେ ପିତା ମଧ୍ୟ ଡରି ଯାଉଥିଲେ । ଯାହାକୁ ଦେଖି ବାପା ପୁଅ ବିରୁଦ୍ଧରେ ପୋଲିସଙ୍କୁ କହିଲେ ।

ଖବର ଅନୁସାରେ ଏଡୋଲ୍ଫିନା କ୍ୟାମେଲି ଆର୍ଟିଗୋଜାଙ୍କର ଓକିଲ ମାର୍ଟିନେଜ କହିଥିଲେ – ତାଙ୍କ ସ୍ବାମୀ କେବେଳ ତାଙ୍କର ଦାନ୍ତ ହିଁ ଭାଙ୍ଗି ନାହାଁନ୍ତି ବରଂ ବହୁତ ପିଟୁଥିଲେ ମଧ୍ୟ । ମୂହଁରେ କପଡା ବାନ୍ଧି ଦେଉଥିଲେ ଯେମିତି ସେ ଚିଲେଇ ପାରିବେ ନାହିଁ । ପତ୍ନୀଙ୍କୁ ଏତେ ପିଟା ଯାଇଛି ଯେ ତାଙ୍କୁ ଚିହ୍ନିବାକୁ ମଧ୍ୟ କଷ୍ଟ ହେଇ ପଡୁଛି । ପୋଲିସଙ୍କ ଅନୁସାରେ ଏହି ଅପରାଧ ପାଇଁ ପତିଙ୍କୁ 30 ବର୍ଷ ପର୍ଯ୍ୟନ୍ତ କାରାବାସ ହୋଇପାରେ ଓ ପତ୍ନୀଙ୍କୁ ତାଙ୍କ ନାକ ଓ ଓଠର ସର୍ଜରୀ କରିବାକୁ ପଡିଲା ।