ଦୁର୍ଗାପୂଜା ଶୃଙ୍ଖଳା ରକ୍ଷାକୁ ନେଇ କମିସନରେଟ୍ ପୁଲିସ ମୁଖ୍ୟାଳୟରେ ପ୍ରସ୍ତୁତି ବୈଠକ । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁର ରାଉତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଅରବିନ୍ଦ ଢ଼ାଲି, ମେୟର ସୁଲୋଚନା ଦାସ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ ଓ ଡିସିପି ପ୍ରତୀକ ସିଂହ ଯୋଗଦେଇ ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ । ବୈଠକରେ ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଯୋଗଦେଇ ନିଜ ନିଜର ସମସ୍ୟା ଓ ମତ ଜଣାଇଥିଲେ ।
ବୈଠକରେ ଅଧିକାଂଶ ପୂଜା କମିଟିଗୁଡ଼ିକ ରାସ୍ତା ସମସ୍ୟା ପ୍ରସଙ୍ଗ ଉଠାଇଥିଲେ । ଏବେ ରାଜଧାନୀର ସବୁ ରାସ୍ତା ଅତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ପୂଜାରେ ଲୋକଙ୍କ ଚଳପ୍ରଚଳରେ ଏହାକୁ ନେଇ ଭୀଷଣ ବିଶୃଙ୍ଖଳା ହେବାର ଆଶଙ୍କା ରହିଛି । ଏହାସହ ଅଗ୍ନିଶମ ବିଭାଗ ପକ୍ଷରୁ ପୂଜା ସମୟରେ ଠିକ୍ ଭାବେ ସହଯୋଗ ମିଳୁନିଥିବା ଅଭିଯୋଗ ହୋଇଥିଲା । ଅଗ୍ନିଶମ ସ୍ବୀକୃତି ଦେବାରେ ବିଳମ୍ବ କରାଯାଉଛି । ବିଦ୍ୟୁତ୍ ସେବାରେ ମଧ୍ୟ ସମସ୍ୟା ରହିଛି । ସହର ବିଭିନ୍ନ ସ୍ଥାନରେ ତାର ଝୁଲି ରହିଛି ।
ତେବେ ଏହି ସମସ୍ୟାଗୁଡ଼ିକ ଉପରେ ଦୃଷ୍ଟି ଆକର୍ଷଣ ପାଇଁ ବିଭିନ୍ନ ଅନୁଷ୍ଠାନ ମତ ରଖିବା ପରେ ସମ୍ପୃକ୍ତ ବିଭାଗ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ରାସ୍ତାଘାଟର ମରାମତି ଓ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ୫କୋଟି ୩୫ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ସେହିପରି ଉପସ୍ଥିତ ଥିବା ଅଗ୍ନିଶମ ବିଭାଗ, ପୂର୍ତ୍ତବିଭାଗ, ଟାଟା ପାୱାର, ବିଏମ୍ସିର ଅଧିକାରୀ ଏବଂ କର୍ମଚାରୀ ସମସ୍ତ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।
More Stories
ମହାକୁମ୍ଭ ମେଳାର ମହତ୍ତ୍ବ..
ଆଜିଠୁ ଆରମ୍ଭ ମହାକୁମ୍ଭ ମେଳା..
ଏହି 5 ରାଶିଙ୍କର ଖୋଲିବ ଭାଗ୍ୟ