ଖୋଲିଲା ପାକ୍ ଅଭିନେତ୍ରୀଙ୍କ ରହସ୍ୟ

ନିଜକୁ ଫିଟ୍‌ ରଖିବା ପାଇଁ ଲୋକ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। କିଏ ଜିମ୍‌ ଯାଇ ନିଜକୁ ଫିଟ୍‌ ରଖନ୍ତି ତ ଖାଇବା ଅଭ୍ୟାସରେ ପରିବର୍ତ୍ତନ ଆଣି ନିଜକୁ ଫିଟ୍‌ ରଖିଥାନ୍ତି। ଭାରତୀୟ କଳାକାରମାନଙ୍କ ପରି ପାକିସ୍ତ‌ାନୀ କଳାକାରମାନେ ବି ନିଜକୁ ଫିଟ୍‌ ରଖିବା ଦିଗରେ ବେଶ ସତର୍କ। ସେମା‌ନେ ନିଜର ଫିଟ୍‌ନେସ୍‌ ଉପରେ ଖୁବ୍‌ ଅଧିକ ଧ୍ୟାନ ଦେଇଥାନ୍ତି।

ପାକିସ୍ତାନର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବେ ଲୋକ ନିଲମ ମୁନୀରଙ୍କୁ ଜାଣନ୍ତି। ସୌନ୍ଦର୍ଯ୍ୟ ସହ ତାଙ୍କୁ ଲୋକ ତାଙ୍କର ଆକର୍ଷଣୀୟ ଫିଗର୍‌ ପାଇଁ ବେଶ୍‌ ଭଲ ଭାବେ ଜା‌ଣନ୍ତି। ଅନେକ ହିଟ୍‌ ଫିଲ୍ମ ଦେଇ ସାରିଥିବା ଏହି ଅଭିନେତ୍ରୀ ୩୧ ବର୍ଷ ବୟସରେ ବି ଖୁବ୍ ଫିଟ୍‌ ଅଛନ୍ତି। ନିଜର ଓଜନକୁ ସେ ନିୟନ୍ତ୍ରଣରେ ରଖି ପାରିଛନ୍ତି।

ତେବେ ସେ କିପରି ଭାବେ ନିଜକୁ ଏତେ ଫିଟ୍‌ ରଖି ପାରିଛନ୍ତି ତାହା ଜାଣିବାର ଉତ୍ସୁକତା ସଭିଙ୍କ ମନରେ ରହିଛି। ନିଲମ ମୁନୀର ଏକ ସାକ୍ଷାତ୍‌କାରରେ କହିଥିଲେ ଯେ ସେ ସବୁବେଳେ ଜୈବିକ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି।

ସେ ସବୁବେଳେ ପ୍ୟାକେଟ୍‌ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତି। ଘର ତିଆରି ଖାଦ୍ୟକୁ ଖାଇବାରୁ ବେଶି ପସନ୍ଦ କରନ୍ତି ଅଭିନେତ୍ରୀ। ସେ ତରଳ ଖାଦ୍ୟ ସହ ସବୁଜ ପରିବା, ଶସ୍ୟଜାତୀୟ ଖାଦ୍ୟ ଓ ନନ୍‌ ଭେଜ୍‌ ଖାଇବାରୁ ବେଶି ପସନ୍ଦ କରିଥାନ୍ତି। ଚାହା ଓ କଫି ପିଇବା ମୁନୀରଙ୍କର ଖୁବ୍ ପସନ୍ଦ।

SHARE BY