The Topmost

“The eyes believe themselves, the ears believe other people.”

efwe

Second innings for kishwer merchant and suyyash rai . 

ସେକେଣ୍ଡ ଇନିଂସ୍‌
କିଶ୍ୱର ମର୍ଚାଣ୍ଟ ଓ ସୁୟାସ୍‌ ରାୟଙ୍କ ପରିବାରକୁ ଗତ ବର୍ଷ ଜଣେ ନୂଆ ସଦସ୍ୟ ଆସିଥିଲେ । ଯାହା ସେମାନଙ୍କୁ ଜୀବନରେ ଅନେକ ଖୁସି ସହ କିଛିଟା ପରିବର୍ତ୍ତନ ମଧ୍ୟ ଆଣିଥିଲା । ତେବେ ବେଶ୍‌ କିଛିଦିନ ଧରି ଦୁଇଜଣ ଯାକ ଷ୍ଟାର ନିଜ ଛୁଆର ଯତ୍ନନେବାରେ ସମୟ ଦେଉଥିଲେ । ହେଲେ ପୁଣି ପରଦାକୁ ଫେରିବେ କିଶ୍ୱର । ମାର୍ଟନିଟି ବ୍ରେକ କାଟିବା ପରେ ସେ ବର୍ତ୍ତମାନ ପୁଣିଥରେ ପରଦାରେ ନିଜର ଅଭିନୟ ଦେଖାଇବା ପାଇଁ ପ୍ରସ୍ତୁତ ହୋଇଛନ୍ତି । କିଶ୍ୱରଙ୍କୁ ନୂଆ ଧାରାବାହିକ ‘ ଫନ୍ନା – ଇସ୍କ ମେଁ ମରଜାୱାଁ’ରେ ଦର୍ଶକ ଦେଖିବାକୁ ପାଇବେ । ଏଥିରେ କିଶ୍ୱର ଖଳନାୟିକା ଭୂମିକାରେ ନଜର ଆସିବେ । ନିଜର ଏହି ସେକେଣ୍ଡ ଇନିଂସ୍‌କୁ ନେଇ କିଶ୍ୱର ବେଶ୍‌ ଉତ୍ସାହିତ ଅଛନ୍ତି । ୧୯୯୭ରେ ଶକ୍ତିମାନରୁ ନିଜର କ୍ୟାରିୟର ଆରମ୍ଭ କରିଥିବା କିଶ୍ୱର ଏହାପରେ ଅନେକ ଧାରାବାହିକରେ ନଜର ଆସିଛନ୍ତି । ଛୋଟ ପରଦାର ପରିଚିତ ରିଆଲିଟି ଶୋ’ ବିଗ୍‌ବସ୍‌ରେ ମଧ୍ୟ ପ୍ରତିଯୋଗୀ ଭାବେ କିଶ୍ୱର ନଜର ଆସିଥିଲେ । କେବଳ ଧାରାବାହିକ ନୁହେଁ ତାଙ୍କୁ ୨୦୧୧ରେ ଭେଜା ଫ୍ରାଏ ୨ ସିନେମାରେ ମଧ୍ୟ ଦେଖିବାକୁ ମିଳିଥିଲା । ଶେଷଥର ପାଇଁ ତାଙ୍କୁ ୨୦୨୦ରେ ‘କାହାଁ ହମ୍‌ କାହା ତୁମ୍‌’ରେ ଦର୍ଶକ ଦେଖିଥିଲେ । ତେବେ ନିଜର ଅପକମିଂ ପ୍ରୋଜେକଫକୁ ନେଇ କିଶ୍ୱର ବେଶ୍‌ ଖୁସି ଅଛନ୍ତି । ପୂର୍ବଭଳି ଏବେ ମଧ୍ୟ ସେ ନିଜ ଅଭିନୟରେ ଦର୍ଶକଙ୍କୁ ଖୁସି କରିବେ ବୋଲି ଆଶା ରଖିଛନ୍ତି ।

https://thetopmost.in/?p=1583

https://thetopmost.in/?p=1588

https://thetopmost.in/?p=1576