ଅର୍ଥନୈତିକ ପଛୁଆ ବର୍ଗ ବା ଇଡବ୍ଲୁଏସ ବର୍ଗ ଲାଗି ସରକାରୀ ଚାକିରି ଓ ଶିକ୍ଷା ପ୍ରତିଷ୍ଠାନରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ । ଆଜି ଏନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ । ୧୦୩ତମ ସମ୍ବିଧାନ ସଂଶୋଧନ ଅନୁସାରେ ୧୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ପୂର୍ବରୁ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ତାହା ବିରୋଧରେ ଆଗତ ପିଟିସନର ଶୁଣାଣି କରିବେ ଖଣ୍ଡପୀଠ । ୨୦୨୨ ନଭେମ୍ବର ୭ରେ ମାମଲାର ଶୁଣାଣି କରି ୩-୨ ମତରେ ୧୦ ପ୍ରତିଶତ ସଂରକ୍ଷଣକୁ କାଏମ ରଖିଥିଲେ ସର୍ବୋଚ୍ଚ ଅଦାଲତ । ଅର୍ଥନୈତିକ ପଛୁଆ ବର୍ଗଙ୍କ ଲାଗି ଚାକିରି ଓ ଆଡମିଶନ କ୍ଷେତ୍ରରେ ୨୦୧୯ରେ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ନିୟମ ଆଣିଥିଲେ । ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଜନଜାତି ଓ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ବା ଏସଇବିସି ଲାଗି ସଂରକ୍ଷିତ ୫୦ ପ୍ରତିଶତ ନିୟମ ବାହାରେ ରହିଯାଇଥିବା ଇଡବ୍ଲୁଏସ ବର୍ଗଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ଲାଗି ସରକାର ନିୟମ କରିଥିଲେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ