The Topmost

“The eyes believe themselves, the ears believe other people.”

ଗୁଳିଫୁଟା ପରେ ସର୍ଚ୍ଚ ଅପରେସନ

ଅନନ୍ତନାଗରେ ୭ ଦିନ ହେଲା ଜାରି ରହିଥିବା ଗୁଳି ବିନିମୟ ଶେଷ ହୋଇଛି । ଗୁଳି ବିନିମୟ ଶେଷ ହୋଇଥିଲେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ  ଆରମ୍ଭ ହୋଇଥିବା ଏନକାଉଣ୍ଟର ବେଳେ ସୁରକ୍ଷାକର୍ମୀଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଲୁଚି ରହି ହମଲା କରୁଥିବା ୩ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର କମାଣ୍ଡର ଉଜୈର ଖାନ ରହିଛି । ସୁରକ୍ଷାକର୍ମୀମାନେ ଉଜୈର ଖାନ ସମେତ ଆଉ ଜଣେ ଆତଙ୍କବାଦୀର ମୃତଦେହକୁ ଜବତ କରିଛନ୍ତି । ତୃତୀୟ ଆତଙ୍କବାଦୀର ମୃତଦେହକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି । କଶ୍ମୀର ପୁଲିସ୍‌ର ଏଡିଜିପି ବିଜୟ କୁମାର କହିଛନ୍ତି ଯେ ଉଜୈର ଖାନ ଓ ତାର ୩ ସହଯୋଗୀ ମିଳିତ ଭାବେ ଲୁଚି ରହି ୭ ଦିନ ହେଲା ହମଲା କରୁଥିଲେ । ସେମାନଙ୍କର ମୃତ୍ୟୁ ସହ ୭ ଦିନ ହେଲା ଚାଲିଥିବା ଏନକାଉଣ୍ଟର ଶେଷ ହୋଇଛି । ଉଜୈର ଖାନ ଓ ତା’ ସହଯୋଗୀର ମୃତଦେହ ନିକଟରୁ ଅସ୍ତ୍ରଶସ୍ତ୍ର ମିଳିଛି । ଆଉ ଜଣେ ଆତଙ୍କବାଦୀର ମୃତଦେହ ମିଳିନି । ଏହି କାରଣରୁ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି ।