The Topmost

“The eyes believe themselves, the ears believe other people.”

ଆତଙ୍କ ସୃଷ୍ଟି କଲାଣି ସ୍କ୍ରବ ଟାଇଫସ୍

ସୁନ୍ଦରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଉଛି ସ୍କ୍ରବ୍ ଟାଇଫସ୍ । ବର୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ରେ ପହଂଚିଲାଣି । ଗ୍ରାମାଂଚଳ ପରେ ଏବେ ସହରାଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍କ୍ରବ ଟାଇଫସ୍ ସଚେତନତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଆଶାକର୍ମୀମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଗାଁ ବୁଲି ସଚେତନ କରୁଛନ୍ତି । ସେପଟେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପ୍ରସ୍ତୁତ ହୋଇ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ଗୁରୁତର ରୋଗୀଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଔଷଧ ଓ ଟେଷ୍ଟ କିଟ୍ ମହଜୁଦ୍ ରଖାଯାଇଛି । ବର୍ଷା ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ବର୍ଷା କମିଲେ ଧୀରେ ଧୀରେ କମିଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ସୁନ୍ଦରଗଡ଼ ଜିଲ୍ଲାର ସଦର ବ୍ଲକ ମଝାପଡ଼ା ଓ ବାଲିଶଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗ କୀଟ କାମୁଡିବାରୁ ହେଉଥିବାରୁ ଜଙ୍ଗଲ କିମ୍ବା ବିଲ ବାଡିକୁ ଯିବା ସମୟରେ ସଂପୂର୍ଣ୍ଣ ଶରୀରକୁ ଘୋଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।