ସୁନ୍ଦରଗଡ଼ରେ ବଢ଼ି ଚାଲିଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଲେ ମହଜୁଦ ଅଛି ପର୍ଯ୍ୟାପ୍ତ ଔଷଧ । ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ । ଏବେ ରାଉରକେଲା ସରକାରୀ ଚିକିତ୍ସାଳୟ ଓ ସୁନ୍ଦରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ତତ୍ୱାବଧାନର ଚାଲିଛି ଚିକିତ୍ସା । ସ୍କ୍ରବ୍ ଟାଇଫସରେ ସୁନ୍ଦରଗଡ଼ରୁ ଜଣକର ମୃତ୍ୟୁ ହୋଇଥିବା ସୂଚନା ରହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା