ଶ୍ରାବଣର ପ୍ରତ୍ୟେକ ସୋମବାର ବନ୍ଦ ରହିବ ସ୍କୁଲ। ଏହା ପରିବର୍ତ୍ତେ ରବିବାର ହେବ ପାଠପଢା। ବାରାଣାସୀ ସହରାଞ୍ଚଳ ଏବଂ କାଁଓ୍ବଡ଼ିଆ ମାର୍ଗରେ ପଡ଼ୁଥିବା ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଏହି ନିୟମ ଲାଗୁ କରାଯାଇଛି।
କେତେକ ଘରୋଇ ବିଦ୍ୟାଳୟ ଅଛି, ଯାହା ଉଭୟ ରବିବାର ଏବଂ ସୋମବାର ବନ୍ଦ ରହିବ।
ଶ୍ରାବଣ ମାସରେ ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏଥର ଶ୍ରାବଣ ମାସରେ ଶ୍ରୀ କାଶୀ ବିଶ୍ଵନାଥ ମନ୍ଦିରରେ ଦର୍ଶନ ଓ ପୂଜା ପାଇଁ ୯୦ ଲକ୍ଷରୁ ଏକ କୋଟି ଭକ୍ତ ଆସିବା ନେଇ ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଏସ୍ ରାଜଲିଙ୍ଗମ୍ ସହରାଞ୍ଚଳର ଶିବାଳୟ ତଥା କାଁଓ୍ବଡ଼ିଆ ମାର୍ଗସ୍ଥିତ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ଜିଲା ବିଦ୍ୟାଳୟ ନୀରିକ୍ଷକ ଅବଧ କିଶୋର ସିଂହ ମଧ୍ୟ ରବିବାର ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦେଶ ଅନୁଯାୟୀ, ପଞ୍ଚକ୍ରୋଶୀ ରୋଡ୍, ବାରାଣସୀ-ପ୍ରୟାଗରାଜ ରାଜପଥ ଏବଂ ବାରାଣସୀ-ଗାଜିପୁର ରାଜପଥରେ ଥିବା ସ୍କୁଲଗୁଡ଼ିକ ବନ୍ଦ ରହିବ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ