ପ୍ରବଳ ବର୍ଷା ଯୋଗୁଁ ଆଜି ବଲାଙ୍ଗୀରରେ ସମସ୍ତ ସ୍କୁଲ ଛୁଟି । ସରକାରୀ, ବେସରକାରୀ ସ୍କୁଲ ସହ ସବୁ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ସବୁ ସ୍କୁଲ ଛୁଟି ନେଇ ବଲାଙ୍ଗୀର ଜିଲ୍ଲାପାଳ ଘୋଷଣା କରିଛନ୍ତି । ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ସକାଳ ୮ଟା ୩୦ ସୁଦ୍ଧା ବଲାଙ୍ଗୀରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବଲାଙ୍ଗୀରରେ ୨୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ଓ ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ସେପଟେ, କଳାହାଣ୍ଡି ମଦନପୁର ରାମପୁର ୧୯୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଥିରାମୁପରରେ ୧୫୮ ମିଲିମିଟର, ବୌଦ୍ଧ କଂଟାମାଳରେ ୧୫୮ ମିଲିମିଟର ଓ ଭୁବନେଶ୍ୱରରେ ୫୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୀଷଣରୁ ଅତି ଭୀଷଣ ବର୍ଷା ପାଇଁ ଆଜି ବରଗଡ଼, ବୌଦ୍ଧ, ସମ୍ବଲପୁର ଓ ସୋନପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯିବ । ତେବେ ପ୍ରବଳ ବର୍ଷା ଯୋଗୁ ଅକସ୍ମାତ୍ ବନ୍ୟା ସୃଷ୍ଟି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା