ଓଡିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକ ଏସସିବି ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ଦିଦି । ଟ୍ରେନ୍ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏସସିବିରେ ପଶ୍ଚିମବଙ୍ଗର ୫୩ ଜଣ ଯାତ୍ରୀ ଚିକିତ୍ସିତ ହେଉଛନ୍ତି । ସେହିପରି ପଶ୍ଚିମବଙ୍ଗର ୨ ଜଣ ମନ୍ତ୍ରୀ ଭୁବନେଶ୍ବର ଏମ୍ସରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆହତଙ୍କ ଚିକିତ୍ସା ସମ୍ପର୍କରେ ସମୀକ୍ଷା କରିଛନ୍ତି । ବାହାନଗା ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ବହୁ ଯାତ୍ରୀ ମୃତାହତ ହୋଇଥିଲେ। ଗତ ୩ ତାରିଖ ଦିନ ସେ ବାହାନଗା ପରିଦର୍ଶନ କରିବା ସହ ଆହତଙ୍କୁ ଭେଟିଥିଲେ ମମତା।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍