ଅନେକ ଥର, ମହାକାଶରେ ଏଭଳି ଅଦ୍ଭୁତ ଘଟଣା ଘଟେ ଯାହା ବିଷୟରେ ବୈଜ୍ଞାନିକମାନେ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବୈଜ୍ଞାନିକମାନେ ଆମର ସୌର ମଣ୍ଡଳରେ ଏକ ବିରଳ ଏବଂ ଅଦ୍ଭୁତ ଗତିବିଧି ଦେଖିଛନ୍ତି।ସେମାନେ ଦେଖିଛନ୍ତି, ଶନି ଗ୍ରହ ନିକଟରେ ଏକ ଧୁମକେତୁ ଯାଉଥିଲା, ଯାହାକି ପରସ୍ପର ସହିତ ମାଡ଼ ହୋଇଥିଲା। ତେବେ ଶନି ଗ୍ରହ ଏହାକୁ ସୌର ମଣ୍ଡଳରୁ ବାହାର କରିଦେଇଥିଲା, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ୬୭୦୦ ମାଇଲ ପ୍ରତି ଘଣ୍ଟା ବେଗରେ ଏହା ପୃଥିବୀ ଆଡ଼କୁ ମାଡ଼ି ଆସୁଥିଲା।
ଟେରେଷ୍ଟ୍ରିଆଲ୍ ଇମ୍ପାକ୍ଟ ଲଷ୍ଟ୍ ଆଲର୍ଟ ସିଷ୍ଟମ୍ (ATLAS) ଜୁନ୍ ୧୪ ରେ A117uUD ନାମକ ଧୂମକେତୁ ବା ଆଷ୍ଟ୍ରଏଡ ଆବିଷ୍କାର କଲା । ରିସର୍ଚ୍ଚରମାନେ ସୂର୍ଯ୍ୟଙ୍କ କକ୍ଷପଥରେ ଆଷ୍ଟ୍ରଏଡକୁ ବୁଝିବା ପାଇଁ ୧୪୨ ଟି ପର୍ଯ୍ୟବେକ୍ଷଣ କରିଥିଲେ। ଏହି ସମୟ ମଧ୍ୟରେ ସେମାନେ ଜାଣିବାକୁ ପାଇଲେ ଯେ ୨୦୨୨ ମସିହାରେ ଶନି ସହିତ ଆଷ୍ଟ୍ରଏଡ A117uUD ଖୁବ୍ ନିକଟରୁ ଧକ୍କା ହୋଇଥିଲା, ଯାହା ଫଳରେ କକ୍ଷପଥକୁ ବଦଳାଇ ଦେଇଥିଲା ଏହି ଧୂମକେତୁ।
ଏହା ଦ୍ବିତୀୟ ଥର ପାଇଁ ହୋଇଛି, ଯେତବେଳେ କୌଣସି ଧୂମକେତୁ ସୌର ମଣ୍ଡଳର ବାହାରକୁ ଯିବାରେ ସକ୍ଷମ ହୋଇଛି। ସବୁଠାରୁ ପ୍ରଥମେ ଧୂମକେତୁ C/1980 E1 (ବୋବେଲ) ୯ ଡିସେମ୍ବର ୧୯୮୦ ରେ ବୃହସ୍ପତି ସହ ମାଡ ହୋଇଥିଲା, ଯାହାଫଳରେ ତାହା ସୌରମଣ୍ଡଳର ବାହାରକୁ ଯାଉଥିବା ପଥରେ ଆସିଯାଇଥିଲା। ଏଏଏସ୍ ଜର୍ଣ୍ଣାଲ ରିସର୍ଚ୍ଚ ନୋଟସ୍ରେ ଏକ ପେପର ପ୍ରକାଶିତ ହୋଇଥିଲା। ଏହି ପେପରରେ ରିସର୍ଚ୍ଚରମାନେ କହିଥିଲେ, ଆମ ଫଳାଫଳରୁ ଜଣାପଡୁଛି ଯେ, ଧୁମକେତୁ A117uUD ମାମଲା (ବୋବେଲ) ସହ ସମାନ। ଏଥିରୁ ଜଣାପଡୁଛି A117uUDର ନିର୍ମାଣ ସୌର ମଣ୍ଡଳ ବାହାରେ ହୋଇନି। ତଥ୍ୟ ଏହା ଯେ, ଏଭଳି ଘଟଣା ୪୫ ବର୍ଷରୁ କମ୍ ସମୟରେ ଘଟିଛି। ଏଥିରୁ ଜଣାପଡୁଛି ଏଭଳି ଘଟଣା ପ୍ରାୟତଃ ହୋଇଥାଏ। ବୈଜ୍ଞାନିକମାନେ ସ୍ପଷ୍ଟ କରିପାରି ନାହାନ୍ତି ଯେ, A117uUD ଆମ ସୌର ମଣ୍ଡଳର ପିଣ୍ଡ କି ନାହିଁ ? ଏବେ ଏନେଇ ରିସର୍ଚ୍ଚ କରୁଥିବା ଟିମ୍ କହିଛନ୍ତି, ଏହା ବୋଧ ହୁଏ ଆମ ସୌର ମଣ୍ଡଳରେ ଅନୁପ୍ରବେଶ କରିଥିଲା।
More Stories
ଖାଲି ମିଠା କମେଇଲେ କମିବନି ଡାଇବେଟିସ୍
ଚୁଟକିରେ ଭଲ ହେବ ଆଖି ଧରା
ବୋନ୍ ଟ୍ୟୁମର କଣ