() ସାତକୋଶିଆରେ ଆଜିଠୁ ଆରମ୍ଭ ହୋଇଛି ବାଘ ଗଣନା । ପ୍ରି-ମନସୁନ ପୂର୍ବରୁ ସାଧାରଣତଃ ଏହି ଗଣନା ହୋଇଥାଏ । ତେବେ ଏହି ଗଣନା ୭ ଦିନ ପର୍ଯ୍ୟନ୍ତ ଚାଲିବ । ଏହାପରେ ଗୋଟିଏ ମାସ ପର୍ଯ୍ୟନ୍ତ କ୍ୟାମେରା ଟ୍ୟାପ୍ କରାଯିବ । ଏଥିପାଇଁ ବିଭିନ୍ନ ସ୍ଥାନରେ ୫ଶହରୁ ଉର୍ଦ୍ଧ୍ବ କ୍ୟାମେରା ଲାଗି ଥିବାବେଳେ ଏହା ଏକ ରେଗୁଲାର ପ୍ରୋସେସ । କ୍ୟାମେରା ଏବଂ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ସମସ୍ତ ବିଟ୍ରେ ବାଘ ଗଣନା ହେବ ବୋଲି ଆରସିସିଏଫ ସୂଚନା ଦେଇଛନ୍ତି । ସେପଟେ କିନ୍ତୁ ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀର ଦୀର୍ଘ ୬ ମାସ ହେବ ପତ୍ତା ମିଳୁନି । କ୍ୟାମେରାରେ ବାଘୁଣୀକୁ ଦେଖିବାକୁ ମିଳୁ ନଥିବାବେଳେ ବାଘୁଣୀର ପାଦ ଚିହ୍ନ ମଧ୍ୟ କୌଣସି ସ୍ଥାନରେ ଦେଖାଯାଉନାହିଁ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା